ଜମ୍ମୁ ଓ କଶ୍ମୀର: ମାଚିଲ୍‌ ସେକ୍ଟର୍‌୍ର ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର; ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ମାଚିଲ୍‌ ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ବୁଧବାର ଦିନ ଏକ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ସହ ସେନା ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛି।

କୁପ୍‌ଓ୍ଵାରା ଜିଲ୍ଲାର ମାଚିଲ ସେକ୍ଟର୍‌ ଠାରେ ସନ୍ଦେହଜନକ ଗତିବିଧି ଦେଖି ସୈନିକମାନେ ଅନୁପ୍ରବେଶକାରୀଙ୍କୁ ମୁକାବିଲା କରିଥିଲେ ବୋଳି ଜଣେ ସେନା ଅଧିକାରୀ କହିଛନ୍ତି।

ଗୁଳି ବିନିମୟ ଯୋଗୁଁ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର