ରାଞ୍ଚି: ଝାଡଖଣ୍ଡର ଲୋହରଡଗା  ଜିଲ୍ଲାରେ ଗୁରୁବାର ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟ ମାଓବାଦୀମାନେ ସୁରକ୍ଷାବଳ ଗୁଳିର ସାମ୍ନା ନ କରି ଫେରି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମାରଣାସ୍ତ୍ର ସହିତ ବୋମା ବି ଜବତ ହୋଇଥିବା ଅଧିକାରୀ ସୂତ୍ରରୁ ପ୍ରକାଶ।

Advertisment

publive-image

ସୂଚନାଯୋଗ୍ୟ, ଏହି ଅପରେସନ୍‌ ଗୁରୁବାର ମଧ୍ୟାହ୍ଣ ୨.୪୫ ପାଖାପାଖି ଆରମ୍ଭ ହୋଇଥିଲା। ଯେତେବେଳେ ଜିଲ୍ଲାର ବଗରୁ ଅଞ୍ଚଳର ବହେଗରା ଗ୍ରାମରେ ସିଆରପିଏଫ୍‌ ଓ ରାଜ୍ୟ ପୁଲିସର ୧୫୮ ଓ ୨୧୪ ବାଟାଲିୟନ୍‌ର ସଂଯୁକ୍ତ ଟିମ୍‌ ଅପରେସନ୍‌ ପାଇଁ ବାହାରିଥିଲେ।

ସୁରକ୍ଷାବଳ ତିନି ମାଓବାଦୀଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ ଓ କିଛି ବୋମା ଜବତ କରିଛନ୍ତି। ଲୋହରଦାଗ ଜିଲ୍ଲା ମୁଖ୍ୟାଳୟ ଏଠାକାର ରାଜଧାନୀ ଠାରୁ ୭୪କିମି ଦୂରରେ ଅବସ୍ଥିତ। ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି।