ଛତିଶଗଡ଼: ପୁଲିସ ଏନ୍‌କାଉଣ୍ଟରରେ ତିନ ନକ୍ସଲ ନିହତ ଓ ଜଣେ ଗିରଫ

ସୁକ୍‌ମା: ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୁଲିସ ଯବାନଙ୍କୁ ବୁଧବାର ଏକ ବଡ଼ ସଫଳତା ମିଳିଛି। ସୁକମା ଜିଲ୍ଲା ଫୁଲବଗାଡ଼ି ଥାନା ଅଞ୍ଚଳସ୍ଥ ରାଜଧାନୀ ରାୟପୁରରୁ ୫୦୦କିମି ଦୂରରେ ମର୍କାଗୁଡା ଓ ମୁଲେର ଜଙ୍ଗଲରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସ ଗୁଳି ବିନିମୟରେ ତିନିଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ନକ୍ସଲକୁ ଜୀବିତ ଅବସ୍ଥାରେ ପୁଲିସ ଗରିଫ କରିଥିଲା। ଏଥିସହିତ କେତେଜଣ ନକ୍ସଲ ଗୁରୁତର ହୋଇଥିବା ବି ପୁଲିସ ଦାବି କରିଛି। ଏବେ ବି ପୁଲିସ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। ଘଟଣାସ୍ଥଳରୁ ବ ଗୋଟିଏ ୩୧୫ବୋର ପିସ୍ତଲ, ଗୋଟିଏ ପାଇପ୍‌ ବମ୍‌ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୁଲିସ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର