ତିନି ଓଡ଼ିଆ ପ୍ରଧାନ ବିଚାରପତି

ଦୀପକ ମିଶ୍ରରଙ୍ଗନାଥ ମିଶ୍ରଗୋପାଳ ବଲ୍ଲଭ ପଟ୍ଟନାୟକ

ଦୀପକ ମିଶ୍ର
(୨୦୧୭ ଅଗଷ୍ଟ ୨୮ରୁ ୨୦୧୮ ଅକ୍ଟୋବର ୨) ଜଷ୍ଟିସ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମ୍‌କୋର୍ଟର ୪୫ ତମ ପ୍ରଧାନ ବିଚାରପତି ୧୯୫୩ ଅକ୍ଟୋବର ୩ରେ ଓଡ଼ିଶାରେ ଜନ୍ମିତ ଜଷ୍ଟିସ ମିଶ୍ର ୧୯୭୭ ଫେବ୍ରୁଆରି ୧୪ରେ ଆଇନ ବ୍ୟବସାୟରେ ପାଦ ଥାପିଥିଲେ। ୧୯୯୬ ଜାନୁଆର ୧୭ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ସହ ପରବର୍ତ୍ତୀ ସମୟରେ ମଧ୍ୟପ୍ରଦେଶ ହାଇକୋର୍ଟ, ପାଟନା ହାଇକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିିଥିଲେ। ୨୦୧୧ ଅକ୍ଟୋବର ୧୦ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ରୂପେ ପଦୋନ୍ନତି ମିଳିଥିଲା।

ରଙ୍ଗନାଥ ମିଶ୍ର
(୧୯୯୦ ସେ‌େପ୍ଟମ୍ବର ୨୫ରୁ ୧୯୯୧ ନଭେମ୍ବର ୨୪): ଭାରତର ୨୧ତମ ପ୍ରଧାନ ବିଚାରପତି ଥିଲେ ରଙ୍ଗନାଥ ମିଶ୍ର। ୧୯୯୦ ସେପ୍ଟେମ୍ବର ୨୫ରୁ ୧୯୯୧ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନ ବିଚାରପତି ରହିଥି‌େଲ। ୧୯୨୬ ମସିହା ନଭେମ୍ବର ୨୫ ତାରିଖରେ ବାଣପୁରରେ ଏକ ଓଡ଼ିଆ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରଙ୍ଗନାଥ। ବାପା ଗୋଦାବରୀଶ ମିଶ୍ର ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ଏବଂ କଂଗ୍ରେସ ରାଜନେତା ଥିଲେ। ରଙ୍ଗନାଥ ମିଶ୍ର ୧୯୫୦ ମସିହା ସେପ୍ଟେମ୍ବର ୧୮ ତାରିଖ‌େର ଓଡ଼ିଶା ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୮୩ ମସିହାରେ ସେ ସୁପ୍ରିମକୋର୍ଟର ବିଚାରପତି ହେଲେ। ୧୯୯୦ ସେପ୍ଟେମ୍ବର ୨୫ ତାରିଖରେ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଲେ ଏବଂ ୧୯୯୧ ନଭେମ୍ବର ୨୪ ତାରିଖରେ ସେ ଅବସର ଗ୍ରହଣ କରିଥିଲେ। ରଙ୍ଗନାଥ ୨୦୧୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଗୋପାଳ ବଲ୍ଲଭ ପଟ୍ଟନାୟକ
(୨୦୦୨ ନଭେମ୍ବର ୮ରୁ ୨୦୦୨ ଡିସେମ୍ବର ୧୯): ଭାରତର ୩୨ ତମ ପ୍ରଧାନ ବିଚାରପତି ଥିଲେ ଗୋପାଳ ବଲ୍ଲଭ ପଟ୍ଟନାୟକ। ୧୯୩୭ ମସିହା ଡିସେମ୍ବର ୧୯ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଗୋପାଳ ବଲ୍ଲଭ ପଟ୍ଟନାୟକ। ୧୯୬୨ ମସିହାରେ ସେ ଓଡ଼ିଶା ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ ପ୍ରବେଶ କରିଥିଲେ। ୧୯୭୧ ମସିହାରେ ସେ ରାଜ୍ୟ ସରକାରଙ୍କ ପାଇଁ ଷ୍ଟାଣ୍ଡିଂ କାଉନସେଲ୍‌ ରୂପେ ନିଯୁକ୍ତ ହୋଇଥିଲେ। ୧୯୮୩ ମସିହାରେ ଓଡ଼ିଶା ହାଇକୋର୍ଟ ଖଣ୍ଡପୀଠରେ ତାଙ୍କୁ ଜଣେ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ୧୯୯୫ ମସିହାରେ ‌େସ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୨ ନଭେମ୍ବର ୮ ରୁ ୨୦୦୨ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନ ବିଚାରପତି ରହିଲେ।

ସମ୍ବନ୍ଧିତ ଖବର