ପାଇଲଟ୍‌ ସହ ଝଗଡ଼ା ହେବା ପରେ ଏୟାର୍‌ ଇଣ୍ଡିଆ ବିମାନରୁ ଓହ୍ଳାଇ ପଡ଼ିଲେ ପରିବାରର ୩ ଜଣ ସଦସ୍ୟ

ମୁମ୍ବାଇ: କ୍ରିୟୁ ମେମ୍ବରଙ୍କ ସହ ଝଗଡ଼ା ହେବା ପରେ ମୁମ୍ବାଇର ଏୟାର୍‌ ଇଣ୍ଡିଆ ବିମାନରୁ ଏକ ପରିବାରର ୩ ଜଣ ଲୋକ ଓହ୍ଲାଇ ପଡ଼ିଛନ୍ତି। ବିମାନରେ ଥିବା କ୍ରିୟୁ ସେମ୍ବର ସେମାନଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ବିମାନରୁ ଓହ୍ଲାଇବା ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।

ଏପରି ସମସ୍ୟା ଉପୁଜିବା ପରେ ମୁମ୍ବାଇରୁ ଗୋଆ ଯାଉଥିବା ଏଏଲ୍‌-୬୬୩ ବିମାନଟି ୫ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଛତ୍ରପତି ଶିବାଜୀ ବିମାନ ବନ୍ଦରରୁ ବିମାନଟି ଅପରାହ୍ନ ୧.୧୫ ମିନିଟ୍‌ରେ ଗୋଆ ଅଭିମୂଖେ ଉଡ଼ାଣ ଭରିବାକୁ ଥାଏ। ମାତ୍ର ବିମାନ ବନ୍ଦରରେ ଯାନ୍ତ୍ରିକ ତ୍ରୁଟି ପରିଲିଖିତ ହେବା ପରେ ଉଡ଼ାଣରେ ବିଳମ୍ବ ହୋଇଥିଲା।

ବିମାନଟି ଉଡ଼ିବା ବିଳମ୍ବ ହେବାରୁ ବିମାନରେ ଥିବା ଗୋଟିଏ ପରିବାରର ୩ ଜଣ ଲୋକ ଜଣେ କ୍ୟାବିନ୍‌ କ୍ରିୟୁଙ୍କୁ ଖରାପ ବ୍ୟବହାର କରିଥିଲେ। ଶେଷର ପାଇଲଟ୍‌ ଆସି କାହିଁକି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ବୁଝିବାକୁ ନାରାଜ ଥିଲେ। ଏହି କଥାକୁ ନେଇ ବଚଶା ହୋଇଥିଲା ଓ ୩ ଜଣ ଯାକ ବିମାନରୁ ତଳକୁ ଓହ୍ଲାଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର