ଭାରତୀୟ ଯବାନଙ୍କ ହତ୍ୟାର ପ୍ରତିଶୋଧ : ୩ ପାକ୍‌ ସୈନିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଲାଇନ୍‌ ଅଫ କଣ୍ଟ୍ରୋଲ ନିକଟରେ ଅସ୍ତ୍ରବିରତି ଉଲଂଘନ କରି ପାକିସ୍ତାନ ସେନା ଭାରତର ଜଣେ ମେଜର ଓ ୩ ଜଣ ଭାରତୀୟ ସୈନିକଙ୍କୁ ଗୁଳି କରି ହତ୍ୟା କରିବା ଘଟଣାର ଦୁଇ ଦିନ ପରେ ଭାରତୀୟ ସେନା ଏହାର ପ୍ରତିଶୋଧ ନେଇଛି। ଭାରତୀୟ ସେନାର ଆକ୍ରମଣରେ ୩ ଜଣ ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ଘଟିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରଚାର ହୋଇଛି। ତେବେ ଭାରତୀୟ ସେନା ପକ୍ଷରୁ କୁହାଯାଇଛିି ଯେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲଂଘନର କେବଳ ପ୍ରତି ଜବାବ ଦିଆଯାଇଛି।

ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ପାକିସ୍ତାନୀ ସୈନଙ୍କ ଦ୍ୱାରା ନିହତ ହୋଇଥିିବା ଭାରତୀୟ ସେନାର ମେଜର ଓ ସୈନିକମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପାକିସ୍ତାନର ଅସ୍ତ୍ର ବିରତିକୁ ନିନ୍ଦା କରିଛନ୍ତି। ପାକିସ୍ତାନକୁ ନିନ୍ଦା କରି ଶ୍ରୀ ସିଂହ କହିଛନ୍ତି ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର। ଖୁବ୍‌ ଶୀଘ୍ର ଏହା ବିଶ୍ଵ ସମୁଦାୟ ଦ୍ୱାରା ଏକ ଆତଙ୍କବାଦୀ ରାଷ୍ଟ୍ର ଘୋଷିତ ହେବାକୁ ଯାଉଛି। ପାକିସ୍ତାନ କେବଳ ଆତଙ୍କବାଦୀଙ୍କୁ ସମର୍ଥନ କରୁନାହିଁ, ସେମାନଙ୍କ ସହଯୋଗ କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ ସଂସଦରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୭ ମସିହାରେ ପାକିସ୍ତାନ ୭୭୧ ଥର ଅସ୍ତ୍ର ବିରତି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର