ତିନି ତଲାକ୍‌ ବିଲ୍‌କୁ ଏଆଇଏମ୍‌ ପିଏଲ୍‌ ବିର ବିରୋଧ

ନୂଆଦିଲ୍ଲୀ: ତିନି ତଲାକ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବିଲ୍‌କୁ ଅଲ୍‌ ଇଣ୍ଡିଆ ମୁସ୍‌୍‌ଲିମ ପର୍ସନାଲ ଲ’ ବୋର୍ଡ ଆଜି ପ୍ରତ୍ୟାଖ୍ୟାନ କରିବା ସହ ଏହା ଅସାମ୍ବିଧାନିକ ବୋଲି ଦର୍ଶାଇଛି। ଏହି ବିଲ୍‌ ମୁସଲିମ ମହିଳାଙ୍କୁ ସୁରକ୍ଷା ଦେଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଏହି ବିଲ୍‌ ଅନେକ ପରିବାରକୁ ବରବାଦ କରିଦେବ ଏବଂ ଏହା ସରିୟତ ବିରୋଧୀ ହୋଇଥିବାରୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ମୁସ୍‌୍‌ଲିମ ପର୍ସନାଲ ଲ’ରେ ସରକାରଙ୍କ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଲକ୍ଷ୍ନୌରେ ଏ ବାବଦରେ ଆଲୋଚନା ପାଇଁ ଅନୁଷ୍ଠିତ ବୋର୍ଡର ଜରୁରୀ ବୈଠକରେ କର୍ମକର୍ତ୍ତାମାନେ କହିଛନ୍ତି। ଏହି ବିଲ୍‌ ପ୍ରସ୍ତୁତି ସମୟରେ କୌଣସି ବୈଧ ପ୍ରକ୍ରିୟାକୁ ଅନୁସରଣ କରାଯାଇନାହିଁ ବୋଲି ମଧ୍ୟ ବୋର୍ଡ ଅଭିଯୋଗ କରିଛି ।

ସମ୍ବନ୍ଧିତ ଖବର