୬୦ବର୍ଷୀୟ ବୃଦ୍ଧ ସ୍ୱାମୀଙ୍କ ପାଇଁ କରଓ୍ଵାଚୌଥ୍‌ ବ୍ରତ ରଖିଲେ ୩ଜଣ ସ୍ତ୍ରୀ, ୩ଟି ବିବାହ କରିବା ପଛର କାରଣ ଜଣାଇଲେ ସ୍ୱାମୀ…

ବନ୍ସଓ୍ଵାଡ଼ା(ରାଜସ୍ଥାନ): ଗତକାଲି କର୍‌ଓ୍ଵାଚୌଥ୍‌ ବ୍ରତ ଥିବା ବେଳେ ଦେଶରେ ଅନେକ ମହିଳା ନିଜ ନିଜ ସ୍ୱାମୀ ପାଇଁ ଏହି ବ୍ରତ ପାଳନ କରିଥିଲେ । ଅନେକ ସେଲିବ୍ରିଟି ଏବଂ ନବବିବାହତାଙ୍କୁ ଏହି ବ୍ରତ ପାଳନ କରୁଥିବାର ଦେଖାଯାଇଥିଲା । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜସ୍ଥାନର ବନ୍ସଓ୍ଵାଡ଼ାରେ ରହୁଥିବା ଲାଲୁ ମଇଡ଼ାଙ୍କ ୩ଜଣ ସ୍ତ୍ରୀ ତାଙ୍କ ପାଇଁ ବ୍ରତ ରଖିଥିଲେ । ୩ଟି ବିବାହ ପଛର କାରଣ ଜଣାଇବାକୁ ଯାଇ ପୁଅ ଆଶାରେ ସେ ୩ଟି ବିବାହ କରିଥିବା କହିଥିଲେ । ୩ଜଣ ସ୍ତ୍ରୀ ଏକା ସାଙ୍ଗରେ ରହୁଥିଲେ ମଧ୍ୟ ଝଗଡ଼ା ନ କରି ମିଳି ମିଶି ରହୁଥିବା କହିଥିଲେ ଲାଲୁ । ୩ଟି ବିବାହ ପରେ ୭ଟି ଝିଅ ଏବଂ ଗୋଟେ ପୁଅର ବାପା ହୋଇ ପାରିଥିଲେ ଲାଲୁ ମଇଡ଼ା । ଏବେ ତାଙ୍କର ୪ଟି ଝିଅ ଏବଂ ଗୋଟେ ପୁଅର ବିବାହ ସଂପୂର୍ଣ୍ଣ ହୋଇ ସାରିଥିବା କହିଛନ୍ତି ଲାଲୁ ।

ସୂଚନା ମୁତାବକ, ପ୍ରଥମେ ସେ ଗୀତାଦେବୀଙ୍କୁ ବିବାହ କରିଥିଲେ । ଯାହା ପରେ ଗୋଟେ ପୁଅ ୩ଟି ଝିଅ ଜନ୍ମ ହୋଇଥିଲେ । ଦ୍ୱିତୀୟ ପୁଅର ଆଶାରେ ସେ କୁଶଲଗଡ଼ର ଜବାଙ୍କୁ ଦ୍ୱିତୀୟ ବିବାହ କରିବା ପରେ ୩ଟି ଝିଅ ଜନ୍ମ ନେଇଥିଲେ । ଯାହା ପାଇଁ ସେ ପୁଣି ତୃତୀୟ ବିବାହ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ତୃତୀୟ ବିବାହ ପରେ ମଧ୍ୟ ଗୋଟେ ଝିଅ ଜନ୍ମ ହେବାରୁ ସେ ଦ୍ୱିତୀୟ ପୁଅ ଜନ୍ମ କରିବାର ଆଶା ଛାଡ଼ି ଦେଇଥିଲେ ।

ସମ୍ବନ୍ଧିତ ଖବର