୩ ବର୍ଷରେ ୧,୧୦,୩୩୩ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ଉଦ୍‌୍‌ବେଗଜନକ ଭାବେ ବଢ଼ିଚାଲିଛି। ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ଦେଶରେ ୧,୧୦,୩୩୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୧୪ ମସିହାରେ ଦେଶରେ ୩୬,୭୩୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୨୦୧୫ ମସିହାରେ ୩୪,୬୫୧ଟି ଦୁଷ୍କର୍ମ ମାମଲା ଏବଂ ୨୦୧୬ ମସିହାରେ ୩୮,୯୪୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜ୍ଜୁ କହିଛନ୍ତି।

ସମ୍ବନ୍ଧିତ ଖବର