ଏଚ୍‌ଆଇଭିର ଶିକାର ବୋଲି ଜାଣି ଚାକିରିରୁ ବାହାର କରି ଦେଇଥିଲା କମ୍ପାନୀ, ଏବେ ଚାକିରି ସହ ଅନୁପସ୍ଥିତି ସମୟର ଦରମା ଦେବା ପାଇଁ ଆଦେଶ ଦେଲା ଅଦାଲତ

ପୁଣେ : ୩ ବର୍ଷର ସଂଘର୍ଷ ପରେ ଏବେ ପୁଣେ ରହୁଥିବା ମହିଳାଙ୍କୁ ନ୍ୟାୟ ମିଳିଛି । ରକ୍ତ ପରୀକ୍ଷାରୁ ଏଚ୍‌ଆଇଭି ପଜେଟିଭ୍‌ ବୋଲି ଜଣା ପଡ଼ିବା ପରେ ମହିଳାଙ୍କୁ କାମ କରୁଥିବା କମ୍ପାନୀରୁ ବାହାର କରି ଦିଆଯାଇଥିଲା । ଏହା ସହ ଶାଶୁଘରୁ ମଧ୍ୟ ତାଙ୍କୁ ବାହାର କରି ଦିଆଯିବା ପରେ ୩ ବର୍ଷ ପର୍ଯ୍ୟନ୍ତ ଅନେକ ସଂଘର୍ଷ କରି ନିଜର ଜୀବନ ବଞ୍ଚାଇଥିଲେ ମହିଳା । ୩ବର୍ଷ ପରେ ଏବେ ତାଙ୍କୁ ନ୍ୟାୟ ମିଳିଥିବା ଜଣାପଡ଼ିଛି । ମହିଳାଜଣଙ୍କ କମ୍ପାନୀରେ ଯେଉଁ ପୋଷ୍ଟରେ ରହିଥିଲେ ତାଙ୍କୁ ପୁଣି ଥରେ ସେହି ପୋଷ୍ଟରେ ଚାକିରି ଦେବା ସହ ଯେତେ ଦିନ ତାଙ୍କୁ କାମରୁ ବାସନ୍ଦ କରାଯାଇଥିଲା,ସେତେ ଦିନର ଦରମା ଦେବା ପାଇଁ ସୋମବାର କମ୍ପାନୀକୁ ଆଦେଶ ଦେଇଛି ଶ୍ରମ ଅଦାଲତ ।

ମହିଳାଙ୍କ କହିବା ଅନୁଯାୟୀ, ମୋତେ ମୋ ମେଡ଼ିକାଲ ରିପୋର୍ଟ ଦେବା ପାଇଁ କୁହାଯାଇଥିଲା । ଯେତେବେଳେ ରିପୋର୍ଟରେ ସେମାନେ ଏଚ୍‌ଆଇଭି ପଜେଟିଭ୍‌ ବୋଲି ଜାଣିଲେ ସେତେବେଳେ ମୋତେ ଏ ନେଇ ପ୍ରଶ୍ନ କରିଥିଲେ । ମୁଁ ତାଙ୍କୁ ଏହି ରୋଗ ମୋ ସ୍ୱାମୀଙ୍କ ପାଖରୁ ଆସିଛି ଏବଂ ସେ ଏ ରୋଗ ପାଇଁ ମୃତ୍ୟୁବରଣ କରି ସାରିଛନ୍ତି ବୋଲି କହିବା ପରେ ମୋତେ ୩୦ମିନିଟ୍‌ ମଧ୍ୟରେ ଇସ୍ତଫା ଦେବା ପାଇଁ କୁହାଯାଇଥିଲା । ମୁଁ ସେହି କମ୍ପାନୀରେ ଟ୍ରେନି ଅପରେଟର ଭାବେ ୫ବର୍ଷ କାମ କରିଥିଲେ ମଧ୍ୟ ସେମାନେ ମୋତେ ଚାକିରିରୁ ବାହାର କରି ଦେଇଥିଲେ ।

ସମ୍ବନ୍ଧିତ ଖବର