୩ ଆମେରିକୀୟ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ୍‌

ଓ୍ଵାସିଂଟନ: ଆମେରିକୀୟ ବୈଜ୍ଞାନିକ ରିନର୍‌  ବିଜ୍‌ ,  ବେରି ବାରିସ୍‌ ଏବଂ  କିପ୍‌ ଥୋର୍ନଙ୍କୁ  ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯାଇଛି। ମହାକର୍ଷଣ ତରଙ୍ଗ ଠାବ କରିବାରେ ଏହି ବୈଜ୍ଞାନିକଙ୍କ ଭୂମିକା ପାଇଁ ସେମାନଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯାଇଥିବା ସ୍ୱିଡେନ  ରୟାଲ ଏକାଡେମି ଅଫ୍‌ ସାଇନ୍‌ସ  ଘୋଷଣା କରିଛି।  ୨୦୧୫ରେ ଏହି ତିନି ବୈଜ୍ଞାନିକ ମହାକର୍ଷଣ ତରଙ୍ଗ ପ୍ରଥମ ଥର ପାଇଁ ଠାବ କରିଥିଲେ।  ଏହି ତରଙ୍ଗ ଠାବ ପରେ ସେମାନେ ଏହାର ବାର୍ତ୍ତାକୁ ମଧ୍ୟ ବ୍ୟାଖ୍ୟା କରିବାରେ ସକ୍ଷମ ହୋଇଥିଲେ। ବିଜ୍‌ ମସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରେ ପଦାର୍ଥ ବିଜ୍ଞାନ ପ୍ରଫେସର ଥିବା ବେଳେ କାର୍ଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ ନୋଲୋଜିରେ  ଥୋର୍ନ ପ୍ରଫେସର ଅଛନ୍ତି। ବୋରିସ୍‌ ମଧ୍ୟ ଏହି ଅନୁଷ୍ଠାନରେ ଜଣେ ଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ ଭାବେ ଜଣାଶୁଣା।

ସମ୍ବନ୍ଧିତ ଖବର