ଓଡ଼ିଶା ସମେତ ୧୩ ରାଜ୍ୟରେ ଝଡ଼ବତାସ ସତର୍କ ସୂଚନା; ଉତ୍ତରପୂର୍ବରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତା ଦୁଇ ଦିନ ସକାଶ ପାଣିପାଗ ବିଭାଗ ଦେଶର ଅଧିକାଂଶ ଅଞ୍ଚଳରେ ଖରାଦିନିଆ ଝଡ଼ବତାସ ବହିବାର ସତର୍କ ସୂଚନା ଦେଇଛି।

ସୋମବାର ସକାଳେ ଜାରି କରାଯାଇଥିବା ପାଣିପାଗ ସତର୍କ ସୂଚନା ଅନୁସାରେ, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ତାମିଲ୍‌ନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ଝଡ଼ବତାସ ସହ ପବନ ଝାଙ୍କ ଏବଂ ବଜ୍ରବିଜୁଳି ପଡ଼ିବାର ସମ୍ଭାବନା ରହିଛି।

ଉତ୍ତର ପ୍ରଦେଶର ୧୩ଟି ଜିଲ୍ଲାରେ ଝଡ଼ବତାସ ଓ ଧୂଳିଝଡ଼ ବହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ବନ୍ଦା, ଚିତ୍ରକୂଟ, ଫତେପୁର, ହାର୍ଦୋଇ, ଶାହନାଜପୁର, ପିଲିଭିତ୍‌, ବରେଲି, ରାମପୁର, ମୋରାଦାବାଦ, ମିରଟ, ବିଞ୍ଜୋର, ମୁଜାଫରନଗର ଏବଂ ସାହାରଣପୁର ଆଦି ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ।

ଏହା ବ୍ୟତିରେକେ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, କେରଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭବନା ରହିଛି।

ସମ୍ବନ୍ଧିତ ଖବର