ସମୁଦ୍ର ପତ୍ତନ ଠାରୁ ୩, ୪୦୦ ମିଟର ଉଚ୍ଚରେ ଅବସ୍ଥିତ କେଦାରନାଥରେ ବାଘ!

ଡେରାଡୁନ୍‌: ସମୁଦ୍ର ପତ୍ତନ ଠାରୁ ୩, ୪୦୦ ମିଟର (ପ୍ରାୟ ୧୧, ୧୫୪ ଫୁଟ୍‌) ଉଚ୍ଚରେ ଉତ୍ତରାଖଣ୍ଡର କେଦାରନାଥ ଓ୍ଵାଇଲ୍‌ଲାଇଫ୍‌ ସାଙ୍କ୍‌ଚୁଆରିର କ୍ୟାମେରାରେ ଗୋଟାଏ ବାଘର ଫଟୋ ଉଠିଥିବା କଥା ବୁଧବାର ଦିନ ବନ ଅଧିକାରୀମାନେ କହିଛନ୍ତି।

କେଦାରନାଥ ବନଖଣ୍ଡ ଅନ୍ତର୍ଗତ ଗୋଟାଏ ଉପତ୍ୟକାରେ ମେ ୨୬ ତାରିଖ ରାତି ୨: ୩୮ ମିନିଟ୍‌ରେ ସେ ବାଘଟି ଦେଖାଯାଇଥିଲା।

ବିଶେଷଜ୍ଞମାନେ କହୁଛନ୍ତି ଯେ ଏଭଳି ଅସ୍ୱାଭାବିକ ଉଚ୍ଚତାରେ ବାଘ ଦେଖାଯିବା ଅର୍ଥ ସେ ବୃହଦ୍‌କାୟ ମାର୍ଜାରଟି ତା’ର ବାସସ୍ଥଳୀ ପରିବର୍ତ୍ତନ କରୁଛି। କେଦାରନାଥର ଡିଏଫ୍‌ଓ ଅମିତ କଓ୍ଵାଁର୍‌ କହନ୍ତି: ପ୍ରାୟ ୩୫୦୦ ମିଟର୍‌ ଉଚ୍ଚରେ ଅବସ୍ଥିତ ଏ ଅଞ୍ଚଳରେ ଆମେ କ୍ୟାମେରା ଟ୍ରାପ୍‌ ବସାଇଥିଲୁ। ବାଘଟି ୩୪୦୦ ମିଟର୍‌ ଉଚ୍ଚରେ ଦେଖା ଦେଇଥିଲା। ବାଘମାନେ ସାଧାରଣତଃ ନିମ୍ନ ଭୂମି ଅଞ୍ଚଳରେ ଦେଖାଯାଆନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବାଘ ତା’ର ବାସସ୍ଥାନ ବଦଳାଉଛି।

Image Source: Hindustan Times

୨୦୧୬ ମାର୍ଚ ମାସରେ ଉତ୍ତରାଖଣ୍ଡର ଆସ୍କୋଟ୍‌ରେ ପ୍ରାୟ ୩୨୭ ମିଟର୍‌ ଉଚ୍ଚତାରେ ଗୋଟାଏ ବାଘ ଦେଖାଯାଇଥିଲା। ଅରୁଣାଚଳ ପ୍ରଦେଶ ଓ ସିକିମ୍‌୍‌ରେ ମଧ୍ୟ ସେ ଭଳି ଉଚ୍ଚତାରେ ବାଘ ଉପସ୍ଥିତ ଥିବା ଖବର ମିଳିଥିଲା।

ସମ୍ବନ୍ଧିତ ଖବର