ଏବେ ସମସ୍ତେ ତିହାର୍ ଜେଲ୍ର ଅନୁଭବ ନେଇ ପାରିବେ, ତିଆରି ହେଉଛି ଏହି ଯୋଜନା
ନୂଆଦିଲ୍ଲୀ: ଯେଉଁ ଲୋକମାନେ ଏସିଆର ସବୁଠାରୁ ବଡ଼ ତିହାର ଜେଲ୍ର ରହି ଭିତରର ଅନୁଭବ ନେବାକୁ ଚାହୁଁଥିଲେ, ଏବେ ସେମାନଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଦିଲ୍ଲୀର ତିହାର ଜେଲ୍ର ଅଧିକାରୀ ଏକ ଯୋଜନା ଉପରେ କାମ କରୁଛନ୍ତି, ଯାହା ଜରିଆରେ ଲୋକେ ଗୋଟେ ଦିନ ତିହାର ଜେଲ୍ରେ ରହି କୁଖ୍ୟାତ ଅପରାଧିଙ୍କ କାର୍ଯ୍ୟକଳାପ ଦେଖି ପାରିବେ । ଜେଲ୍ରେ କଏଦିମାନଙ୍କ ସହ ଦିନ ବିତାଇବା ପାଇଁ ଟଙ୍କା ମଧ୍ୟ ଦେବାକୁ ହେବ । ପ୍ରାୟ ୨,୦୦୦ପର୍ଯ୍ୟନ୍ତ ପ୍ରବେଶ ରାଶି ରଖାଯିବ ବୋଲି ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଜେଲ୍ ଯିବା ପୂର୍ବରୁ କିଛି ନିୟମର ପାଳନ କରିବାକୁ ହେବ । ଯୋଜନାନୁସାରେ ଜେଲ୍କୁ ଯିବା ପରେ କଏଦିମାନଙ୍କ ଭଳି ପୋଷାକ ପିନ୍ଧିବାକୁ ହେବ ଏବଂ ସେଠାରେ ମିଳୁଥିବା ଖାଦ୍ୟ ଖାଇବାକୁ ହେବ । ଭିତରେ ମୋବାଇଲ ଫୋନର ବ୍ୟବହାର କରିହେବ ନାହିଁ ଏବଂ କଏଦିଙ୍କ ଭଳି ତଳେ ଶୋଇବାକୁ ପଡ଼ିବ । ଲୋକଙ୍କୁ ଭଲ ଅନୁଭବ ଦେବା ପାଇଁ ଏକ କମ୍ଲେକ୍ସ ତିଆରି କରାଯିବ, ଯେଉଁଥିରେ ଫାଶୀ ଘର ମଧ୍ୟ ରହିବ । ୪୦୦ଏକର ଜମିରେ ବନିଥିବା ତିହାର ଜେଲ୍ରେ ପ୍ରାୟ ୧୬,୦୦୦କଏଦିଙ୍କ ରହିବାର ବ୍ୟବସ୍ଥା ରହିଛି ।