କଏଦୀଙ୍କ ଅଭିଯୋଗ ପିଠିରେ ଜବରଦସ୍ତି ଲେଖାଯାଇଛି ‘ଆଲ୍ଲା’, ଅତିରିକ୍ତ ଜେଲ ଆଇଜି କହିଲେ ‘ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି କଏଦୀ’

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ତିହାର ଜେଲରେ ଜଣେ କଏଦୀଙ୍କ ପିଠି ଉପରେ ବଳ ପୂର୍ବକ ଖୋଦେଇ କରି ଆଲ୍ଲା ଲେଖାଯାଇଥିବାର ଅଭିଯୋଗ ହୋଇଛି । ନିଜେ କଏଦୀଜଣକ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ତାଙ୍କପିଠିକୁ ଚୁନରେ ଜଳାଯାଇ ସେଥିରେ ଖୋଦେଇ କରି ଆଲ୍ଲା ଲେଖାଯାଇଛି। ଜେଲ ଅଧୀକ୍ଷକ ଓ ଅନ୍ୟ ଅଧିକାରୀଙ୍କ ଉପରେ ତାଙ୍କୁ ନିର୍ଯାତନା ଦେଉଥିବାର ବି ଅଭିଯୋଗ ଆଣିଛନ୍ତି ଏହି କଏଦୀଜଣକ । ଘଟଣା ତିହାର ଜେଲର ୩ ନମ୍ବର ସେଲରେ କିଛି ଦିନ ପୂର୍ବରୁ ଘଟିଛି ।

photo-navbharattimes

ଏହି ଅଭିଯୋଗ ଆସିବାପରେ ଉକ୍ତ କଏଦୀଙ୍କୁ ଅନ୍ୟ ଏକ ସେଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ଜେଲର ୪ ନମ୍ବର ସେଲରେ ଜଣେ ଏକଦୀଙ୍କ ପିଠି ଉପରେ ଖୋଦେଇ କରି ଓମ ଲେଖାଯାଇଥିଲା ।

କିନ୍ତୁ ତିହାର ଜେଲର ଅତିରିକ୍ତ ଆଇଜି ରାଜକୁମାର କଏଦୀଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେ କହିଛନ୍ତି ଯେ କଏଦୀ ଜଣକ ଜାଣିଶୁଣି ଏଭଳି କାଣ୍ଡ ଭିଆଇଛି । ଏହା ଦ୍ୱାରା ଏଠାକାର ବାତାବରଣ ଅଶାନ୍ତ ହେବ ।

photo-oneindia

ଜେଲ ପ୍ରଶାସନ ତରଫରୁ ଏହି ଏକଦୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି । ଏଥିରେ କୁହାଯାଉଛି ଯେ, ଜେଲ ପରିସରରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି କଏଦୀଜଣକ।

ସମ୍ବନ୍ଧିତ ଖବର