ଜଳବାୟୁ ପରିବର୍ତ୍ତନ ବିରୋଧରେ ସମଗ୍ର ବିଶ୍ୱ ଏକାଠି ହେବାର ସମୟ ଆସିଛି : ମୋଦୀ

ନ୍ୟୁୟର୍କ : ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ କେବଳ କଥା କହିବାର ସମୟ ଶେଷ ହୋଇଯାଇଛି । ଏବେ କିଛି କାମ କରିବାର ସମୟ ଆସିଛି । ସମଗ୍ର ବିଶ୍ୱ ଏବେ ଏକାଠି ହୋଇ ଏ ଦିଗରେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସୁରକ୍ଷା ସମ୍ମିଳନୀରେ ନିଜର ଅଭିଭାଷଣ ରଖି ମୋଦୀ କହିଛନ୍ତି ଯେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ବଚନବଦ୍ଧ । ଆମେ ଦେଶରେ ଇଲେକ୍ଟ୍ରିକ ଯାନବାହାନକୁ ପ୍ରମୋଟ କରୁଛୁ ।ପ୍ରାୟ ୧୫୦ ନିୟୁତ ପରିବାରକୁ ଗ୍ୟାସ ସଂଯୋଗ ଦେଇଛୁ । ଜଳ ସଂରକ୍ଷଣ ଦିଗରେ ଆମେ ୫୦ ନିୟୁତ ଡଲାର ଖର୍ଚ୍ଚ କରିବୁ । ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପଦକ୍ଷେପ ନେଉଛୁ ବୋଲି ମୋଦୀ କହିଛନ୍ତି ।

ଏହି ସମ୍ମିଳନୀରେ ପ୍ରଥମେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟେରାସ, ତାଙ୍କପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନ,ମାର୍ସାଲ ଦ୍ୱୀପର ରାଷ୍ଟ୍ରପତି ହିଲଡା ହେଇନ ଭାଷଣ ଦେଇଥିଲେ । ମୋଦୀଙ୍କ ପରେ ଜର୍ମାନ ଚ୍ୟାନସେଲର ଆଞ୍ଜେଲା ମର୍କେଲ ଭାଷଣ ଦେବେ ।

ସମ୍ବନ୍ଧିତ ଖବର