ଆସନ୍ତା କାଲି କର୍ଣ୍ଣାଟକରେ ପାଳନ ହେବ ଟିପୁ ସୁଲତାନ ଜୟନ୍ତୀ, ବିଜେପିର ବିରୋଧ

ବାଙ୍ଗାଲୁରୁ : ଆସନ୍ତା କାଲି କର୍ଣ୍ଣାଟକ ସରକାର ରାଜ୍ୟବ୍ୟାପୀ ଟିପୁ ସୁଲତାନ ଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି । ଏହି କାର୍ଯ୍ୟକ୍ରମକୁ ବାତିଲ କରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିପାଇଁ ଆଜି ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସହର ଯଥା ବାଙ୍ଗାଲୁରୁ, ମୈସୁର ଓ କୋଡାଗୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆସନ୍ତା କାଲି ଏହି ଜୟନ୍ତୀ ପାଳନ କରାଇଦିଆଯିବ ନାହିଁ ବୋଲି ବିଜେପି ଧମକ ଦେଇଛି । ପୂର୍ବର କଂଗ୍ରେସ ସରକାରଙ୍କ ପରି ଏଥରର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ମଧ୍ୟ ଟିପୁ ଜୟନ୍ତୀ ପାଳନ କରୁଛନ୍ତି । ତେବେ ଆସନ୍ତା କାଲି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଯୋଗ ଦେବେନାହିଁ । ଟିପୁଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି କଂଗ୍ରେସ ମନେ କରୁଥିବାବେଳେ ବିଜେପି ତାଙ୍କୁ ଜଣେ ଅତ୍ୟାଚାରୀ ଧର୍ମାନ୍ଧ ବୋଲି ବିବେଚନା କରିଥାଏ ।

ସମ୍ବନ୍ଧିତ ଖବର