ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ତିରୁପତି ମୁଖ୍ୟ ପୁରୋହିତ ଅବସର ନେବେ

ନୂଆଦିଲ୍ଲୀ: ତିରୁପତି ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିରର ମୁଖ୍ୟ ପୁରୋହିତ ଏଭି ରମଣ ଦିକ୍ଷୀତୁଲୁ ମନ୍ଦିର ପ୍ରଶାସନରେ ଦୂର୍ନୀତି ହେଉଥିବା ଅଭିଯୋଗ କରିବାରୁ ତାଙ୍କୁ ମୁଖ୍ୟ ପୁରୋହିତ ପଦରୁ ଅବସର ନେବାପାଇଁ ବାଧ୍ୟ କରାଯାଇଛି। ରମଣ ମନ୍ଦିର ପ୍ରଶାସନରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ ଏବଂ ସେ ଦାବି କରିଥିଲେ ଯେ କର୍ତ୍ତୃପକ୍ଷମାନେ ମନ୍ଦିରକୁ ଆସୁଥିବା ପାଣ୍ଠି ଏବଂ ଗହଣା ଆଦି ବାବଦରେ ସ୍ପଷ୍ଟ ସୂଚନା ଦିଅନ୍ତୁ । ତିରୁପତି ମନ୍ଦିର ବୋର୍ଡକୁ ସୂଚନା ଅଧିକାର ଆଇନ ଅଧୀନରେ ଆଣିବାପାଇଁ ମଧ୍ୟ ସେ ଦାବି କରିଥିଲେ। ଉଲ୍ଳେଖଯୋଗ୍ୟ ଗତ ବୁଧବାର ଦିନ ଟିଟିଡି (ତିରୁମାଳା ତିରୁପତି ଦେବସ୍ଥାନମ୍‌)ର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ତିରୁମାଳାରେ ଥିବା ସମସ୍ତ ୬୫ବର୍ଷରୁ ଊର୍ଦ୍ଧ୍ୱ ପୁରୋହିତମାନେ ଅବସର ନେବେ। ଏନେଇ ରମଣଙ୍କୁ ୨୪ ଘଣ୍ଟା ମଧ୍ୟରେ ଅବସର ନେବା ପାଇଁ କୁହାଯାଇଥିଲା

ସମ୍ବନ୍ଧିତ ଖବର