ଏକ ସ୍ୱଚ୍ଛ ହାଓ୍ଵା ଅଭିଯାନ ଆରମ୍ଭ ହେଉ : ସରକାରଙ୍କୁ ତୃଣମୂଳ-କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ : ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ବଢିଚାଲିଥିବା ବାୟୁପ୍ରଦୂଷଣ ପ୍ରସଙ୍ଗରେ ଆଜି ସଂସଦରେ ଗରମାଗରମ ଆଲୋଚନା ହୋଇଛି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ ।

ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ଆଲୋଚନାରେ ଭାଗ ନିଆଯାଇ କୁହାଯାଇଛି ଯେ ସରକାର ଏକ ସ୍ୱଚ୍ଛ ହାଓ୍ଵା (ପବନ) ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ମନୀଷ ତିଓ୍ଵାରୀ କହିଥିଲେ ଯେ ପ୍ରଦିବର୍ଷ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଉଠାଉନାହାନ୍ତି । କାହିଁକି ଲୋକମାନଙ୍କୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡୁଛି ? ଏହି ଗୃହ ପକ୍ଷରୁ ଆଜି ଲୋକମାନଙ୍କୁ ଆଶ୍ୱସ୍ତ କରାଯାଉ ଯେ ଏହି ଗୃହର ସଦସ୍ୟମାନେ ପ୍ରଦୂଷଣ ନେଇ ଲୋକମାନଙ୍କ ଚିନ୍ତା ସହ ଅବଗତ । ସେ କହିଛନ୍ତି ଯେ କେବଳ ଆମ ଦେଶର ବାୟୁ ନୁହେଁ, ନଦୀଗୁଡ଼ିକ ମଧ୍ୟ ଦୂଷିତ ହୋଇଯାଇଛି । ଯଦି ଚୀନ ନିଜର ପରିବେଶକୁ ସ୍ୱଚ୍ଛ କରିବାକୁ ସଫଳ ହେଉଛି ଆମେ କାହିଁକି ନୁହେଁ । କେନ୍ଦ୍ର ପରିବେଶମନ୍ତ୍ରୀ ପ୍ରକାଶ ଜାବଡେକର ଏହି ପ୍ରସଙ୍ଗରେ ବକ୍ତବ୍ୟ ଦେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର