ମମତାଙ୍କୁ ଝଟକା ! ତୁର୍କୀରେ ହିନ୍ଦୁ ରୀତିନୀତିରେ ବିବାହ କରୁଛନ୍ତି ମୁସଲିମ ତୃଣମୂଳ ସାଂସଦ
କୋଲକାତା: ଜୟ ଶ୍ରୀରାମ ନାରା ଓ ହିନ୍ଦୁତ୍ୱକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ବିରୋଧ କରୁଥିବାବେଳେ ତାଙ୍କ ଦଳର ସାଂସଦ କିନ୍ତୁ ହିନ୍ଦୁ ଧର୍ମରେ ବିବାହ କରିବାକୁ ମନ ବଳାଇଛନ୍ତି | ତୃଣମୂଳ କଂଗ୍ରେସର ସବୁଠାରୁ ସୁନ୍ଦରୀ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି | କାରଣ ନୁସରତ ତୁର୍କୀର ଇସ୍ତାନବୁଲ ସହରରେ ନିଜର ପ୍ରେମିକ ତଥା କୋଲକାତାର ବ୍ୟବସାୟୀ ନିଖିଳ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ନୁସରତଙ୍କ କହିବା କଥା ଦୁଇ ଜଣ ଅଲଗା ଧର୍ମର ହେଲେ ବି ପ୍ରେମ ଆଗରେ ସବୁ ତୁଚ୍ଛ
ଜୁନ ୧୭ରେ ତାଙ୍କର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସଙ୍ଗୀତ ଉତ୍ସବ ଚାଲିଛି | ହଳଦୀ ସମୟର ଫଟୋକୁ ନୁସରତ ସୋସିଆଲ ମିଡିଆରେ ସେୟାର କରିବା ସହ ନିଜ ଭାବି ସ୍ୱାମୀଙ୍କ ଫଟୋ ମଧ୍ୟ ଛାଡିଛନ୍ତି | ଧଳା ଗଜରା, କାନରେ ସୁନା କାନଫୁଲ ସହ ମଥାରେ ବିନ୍ଦି ଲାଗାଇ ଖୁବ୍ ସୁନ୍ଦରୀ ଦିଶୁଛନ୍ତି ନୁସରତ |
ସାଂସଦ ହେବାପରେ ନୁସରତ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା | ବଙ୍ଗଳା ସିନେମା ଜଗତରେ ନୁସରତ ଜଣେ ଆଗଧାଡିର ନାୟିକା ହୋଇଥିବାବେଳେ ଚଳିତ ଥର ବସିରହାଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ି ବିଜୟୀ ହୋଇଥିଲେ | ମିସ କୋଲକାତା ପୁରସ୍କାର ପାଇଥିବା ନୁସରତଙ୍କୁ ତାଙ୍କ ବିବାହ ପାଇଁ ଢେର ଶୁଭେଚ୍ଛା |