ବେଦାନ୍ତର କପର ପ୍ଲାଣ୍ଟ ବନ୍ଦ କରିବାକୁ ତାମିଲନାଡୁ ସରକାରଙ୍କ ନିର୍ଦ୍ଦେଶ

0 179

ଚେନ୍ନାଇ : ତାମିଲନାଡୁର ଟୁଟିକୋରିନଠାରେ ଥିବା ବେଦାନ୍ତର ଶାଖା କମ୍ପାନି ଷ୍ଟେରଲାଇଟର କପର ପ୍ଲାଣ୍ଟକୁ ବନ୍ଦ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ ଲୋକମାନଙ୍କ ବିକ୍ଷୋଭ ହିଂସାତ୍ମକ ହେବାରୁ ପୁଲିସ ଗୁଳିରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହାକୁ ନେଇ ରାଜ୍ୟ ସରକାର ଭୀଷଣ ଚାପରେ ଥିଲେ । ରାଜ୍ୟମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନଙ୍କ ଇଚ୍ଛା ମୁତାବକ ପ୍ଲାଣ୍ଟକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଉକ୍ତ ପ୍ଲାଣ୍ଟର କନସେଣ୍ଟ-ଟୁ-ଅପରେଟ୍‌ ପ୍ରତ୍ୟାହାର କରିନିଆଯାଇଛି ଓ ପ୍ଲାଣ୍ଟକୁ ସିଲ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଛି । ତୁତୁକୋରିନଠାରେ ଥିବା ବେଦାନ୍ତର କପର ସ୍ମେଲଟର ପ୍ଲାଣ୍ଟକୁ ସ୍ଥାନୀୟ ଲୋକମାନେ ବିରୋଧ କରିଆସୁଛନ୍ତି । ଏହାର ୨୫ ବର୍ଷିଆ ଲିଜ ସମୟ ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏହି ସମୟସୀମାକୁ ଆଉ ୨୫ ବର୍ଷ ପାଇଁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଲୋକମାନେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଗତ କାଲିର ଘଟଣା ପରେ ସରକାର ଏହି ସଂପ୍ରସାରଣକୁ ଅଟକାଇ ଦେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ଲାଣ୍ଟର ଭବିଷ୍ୟତ ଏବେ ଅନ୍ଧକାରକୁ ଚାଲିଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.