ପୁଅ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲେ ମା’

ଡେଙ୍ଗୁ ଚିକିତ୍ସା ପାଇଁ ଅର୍ଥାଭାବ

ଚେନ୍ନାଇ: ତାମିଲନାଡ଼ୁରେ ଜଣେ ମହିଳା ଚିକିତ୍ସା ପାଇଁ ଅର୍ଥାଭାବ ଯୋଗୁଁ ୬ ମାସର ପୂଅ ସହ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ମା-ପୁଅଙ୍କ ଶବ ଉଦ୍ଧାର କରାଯାଇଛି। ତାମିଲନାଡ଼ୁର ନମକ୍କଲ ଜିଲ୍ଲାର ଅବୁକୋଦି ନାମ୍ନୀ ଜଣେ ୩୨ ବର୍ଷୀୟା ମହିଳାଙ୍କ ୬ ମାସର ପୁଅର ଡେଙ୍ଗୁରେ ପୀଡ଼ିତ ଥିଲା। ଶିଶୁଟିର ଚିକିତ୍ସା ଖର୍ଚ୍ଚ ଯୋଗାଡ଼ କରିନପାରି ଅବୁକୋଦି ତା’କୁ କୂଅକୁ ପକାଇଦେଇ ନିଜେ କୁଅକୁ ଡେଇଁପଡ଼ି ଆତ୍ମହତ୍ୟା କରିଥିଲେ। ବେଲୁକୁରିଚି ଗ୍ରାମରେ ଏହି ଘଟଣା ଘଟିଛି। ସାଲେମ୍‌ର ଏକ ଘରୋଇ ହସ୍ପିଟାଲରେ ଶିଶୁଟିର ଚିକିତ୍ସା ଚାଲିଛି। ଚିକିତ୍ସା ପାଇଁ ଦୈନିକ ୫,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଦମ୍ପତିଙ୍କୁ ହସ୍ପିଟାଲ୍‌ ତରଫରୁ କୁହାଯାଇଥିଲା। ସେମାନେ ଅର୍ଥ ଯୋଗାଡ଼ କରିବାରେ ବିଫଳ ହେବାପରେ ଶିଶୁକୁ ଧରି ହସ୍ପିଟାଲରୁ ଘରକୁ ଫେରିଥିଲେ। କିନ୍ତୁ ଭୋର୍‌ ପ୍ରାୟ ୪ଟା ସମୟରେ ଅବୁକୋଦିଙ୍କ ସ୍ୱାମୀ ପୁଅ ଓ ସ୍ତ୍ରୀକୁ ପାଖରେ ନପାଇ ଖୋଜାଖୋଜି କରିଥିଲେ। ପରେ ପଡ଼ୋଶୀମାନେ ମା’ ପୁଅଙ୍କୁ କୂଅରେ ପଡ଼ିଥିବା ଦେଖିଥିଲେ।

ସମ୍ବନ୍ଧିତ ଖବର