ଚୀନ୍‌ ଓ ପାକିସ୍ତାନ ସେନା କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବାକୁ ଇସ୍ରୋ ଲଞ୍ଚ୍‌ କରିବ ସାମରିକ ସାଟେଲାଇଟ୍‌

ନୂଆଦିଲ୍ଲୀ: ଆସନ୍ତା କେତେ ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ କେତେଗୁଡ଼ିଏ ସାମରିକ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବାକୁ ଯାଉଛି।

ଏଥିରୁ କେତେକ ସାଟେଲାଇଟ୍‌ ସେନାବହିନୀଙ୍କ ବ୍ୟବହାରରେ ଲାଗିବ। ଏହା ଯୋଗେ ଭାରତୀୟ ସେନାବାହୀନି ଆମ ଦେଶର ସ୍ଥଳ ଓ ଜଳ ସୀମାକୁ ନିରାପଦ ରଖିବାକୁ ପଡ଼ୋଶୀ ଶତ୍ରୁ ସେନାଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବେ।

ସେପ୍ଟେମ୍ବର ମାସରେ କେବଳ ଭାରତୀୟ ବାୟୁସେନା ନିମନ୍ତେ ‘ଇସ୍ରୋ ଜିସାଟ୍‌-ସେଭେନ୍‌-ଏ’ ସାଟେଲାଇଟ୍‌ ଏବଂ ବର୍ଷ ଶେଷ ଆଡ଼କୁ ‘ରିସାଟ୍‌-ଟୁଏ’ ନାମକ ଗୋଟିଏ ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ।

ବିଭିନ୍ନ ସ୍ଥାନରେ ଥିବା ଗ୍ରାଉଣ୍ଡ୍‌ ରାଡାର୍‌ ଷ୍ଟେସନ୍‌, ଏୟାର୍‌ବେସ୍‌ ଏବଂ ଏଡବ୍ଲୁଏସିଏସ୍‌ ଏୟାର୍‌କ୍ରାଫ୍‌ଟ୍‌ ଆଦିକୁ ଇଣ୍ଟର୍‌ ଲିଙ୍କ୍‌ କରାଇବାରେ ବାୟୁସେନାକୁ ସହାୟକ ହେବ ‘ଜିସାଟ୍‌-ସେଭେନ୍‌-ଏ’। ବିଶ୍ୱସ୍ତରୀୟ ସାମରିକ ଅଭିଯାନ ପାଇଁ ମଧ୍ୟ ଏହା ଭାରତୀୟ ବାୟୁସେନାର୍‌ ନେଟ୍‌ଓ୍ଵାର୍କ ଭିତ୍ତିକ ସାମର୍ଥ୍ୟ ବଢ଼ାଇବ।

ବର୍ଷ ଶେଷ ଆଡ଼କୁ ଉତ୍‌କ୍ଷେପଣ କରାଯିବାକୁ ଥିବା ‘ରିସାଟ୍‌-ଟୁଏ’ ହେଉଛି ଗୋଟାଏ ଉନ୍ନତ ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌। ଏହା ଦେଶର ସର୍ଭିଲେନ୍‌ସ୍‌ ଦକ୍ଷତା ବୃଦ୍ଧି କରିବ।

ସମ୍ବନ୍ଧିତ ଖବର