ଦିଅଁଙ୍କୁ ତୁଷ୍ଟ କରିବାକୁ ଜିଭ କାଟି ପକାଇଲେ ମଧ୍ୟପ୍ରଦେଶ ମହିଳା

ମୋରେନା: ଦିଅଁଙ୍କୁ ତୁଷ୍ଟ କରିବାକୁ ଗ୍ରାମୀଣ ମଧ୍ୟପ୍ରଦେଶର ଜଣେ ମହିଳା ନିଜର ଜିଭ କାଟି ପକାଇଛନ୍ତି ବୋଲି ଖବର ମିଳିଛି।

ଘଟଣାଟି ଘଟିଛି ମୋରେନା ଜିଲ୍ଲା ଅନ୍ତର୍ଗତ ତର୍ସମା ଗାଁ’ରେ।

ସେ ମହିଳା ଜଣକ ହେଉଛନ୍ତି ୪୫ ବର୍ଷୀୟ ଗୁଡ୍ଡି ତୋମାର। ଜିଭ କାଟିଯିବା ପରେ ସେ ଚେତା ହରାଇଥିଲେ।

ତାଙ୍କ ପାଟିରୁ ରକ୍ତ ସୁଅ ଛୁଟୁଥିବାର ଦେଖିବା ପରେ ପରିବାର ଲୋକେ ଏ କଥା ଜାଣିବାକୁ ପାଇଲେ ବୋଲି କହୁଛନ୍ତି।

ବିଜାସନ ମାତାଙ୍କ ମନ୍ଦିରରେ ସେ ମହିଳାଜଣକ ନିଜର ଜିଭ ବଳି ଦେଇଛନ୍ତି ବୋଲି ଜଣାପଡ଼ିଛି।

ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା।

ତାଙ୍କର ଚିକିତ୍ସା କରୁଥିବା ଜଣେ ଡାକ୍ତର କହନ୍ତି: ଜିଭ କଟି ଯାଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମେ ପରେ ଜାଣିବାକୁ ପାଇଲୁ ଯେ ସେ ନିୟମିତ ପୂଜାର୍ଚ୍ଚନା କରୁଥିବା ମନ୍ଦିରରେ ଜିଭ ବଳି ଦେଇଛନ୍ତି।

ବିବାହ ପର ଠାରୁ ଗୁଡ୍ଡି ଏବଂ ତାଙ୍କ ସ୍ୱାମୀ ରବି ତୋମାର ପ୍ରତିଦିନ ସଞ୍ଜେ ସକାଳେ ବିଜାସେନ ମନ୍ଦିରକୁ ଯାଆନ୍ତି। ସେମାନଙ୍କର ତିନୋଟି ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର