ହାତୀଙ୍କ ଜୀବନ ରକ୍ଷା ଲାଗି ଗତି ବେଗ ଉପରେ କଟକଣା ଲାଗୁ କରିବ ରେଳବାଇ

ନୂଆଦିଲ୍ଲୀ: ହାତୀମାନଙ୍କୁ ଟ୍ରେନ୍‌ ଧକ୍କାରୁ ରକ୍ଷା କରିବାକୁ ଭାରତୀୟ ରେଳବାଇ ଉତ୍ତରପୂର୍ବାଞ୍ଚଳରେ ଥିବା କେତେକ ରେଳଧାରଣା ଉପରେ ରେଳଗାଡ଼ିର ଗତି ବେଗକୁ ଘଣ୍ଟାପ୍ରତି ୩୦ ରୁ ୫୦ କିଲୋମିଟର ମଧ୍ୟରେ ରଖିବାକୁ କଟକଣା ଜାରି କରିଛନ୍ତି।

ଏହି ଟ୍ରାକ୍‌ ସବୁକୁ ନିୟନ୍ତ୍ରଣ କରେ ନର୍ଥଇଷ୍ଟ୍‍ ଫ୍ରଣ୍ଟିୟର୍‌ ରେଲ୍‌େଓ୍ଵ। ପଶ୍ଚିମବଙ୍ଗସ୍ଥିତ ସିଲିଗୁଡ଼ିରୁ ପୂର୍ବ ଆସାମର ମଧ୍ୟସ୍ଥଳ ଯାଏଁ ଅଞ୍ଚଳରେ ବହୁ ସଂଖ୍ୟକ ହାତୀ ଅଛନ୍ତି। ରେଳ ଅଧିକାରୀଙ୍କ ମତରେ ଏହି ସବୁ ଅଞ୍ଚଳ ମଧ୍ୟ ଦେଇ ଯାଇଥିବା ପ୍ରାୟ ୨୦୭ କିଲୋମିଟର୍‌ ମଧ୍ୟରେ ରେଳଗାଡ଼ିର ଗତି ମନ୍ଥର କରାଯିବ।

ରେଳଗାଡ଼ିର ବେଗ କମାଇବା ଅର୍ଥ ଏହି ଅଞ୍ଚଳ ସବୁରେ ରେଳଗାଡ଼ି ୩୦ ମିନିଟ୍‌ ରୁ ୨ ଘଣ୍ଟା ଯାଏ ବିଳମ୍ବରେ ଚାଲିବ।

କଟକଣା ଲାଗୁ କରାଯାଇଥିବା କରିଡର୍‌ରେ ଅଞ୍ଚଳରେ ରେଳ ଗଲାବେଳେ ୩ ଘଣ୍ଟା ବିଳମ୍ବର କାରଣ ହେବାକୁ ଯାଉଥିବାରୁ ଏଥିପାଇଁ ବିକଳ୍ପ ବାଟ ଖୋଜା ସରିଛି। ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯିବ।

ଟ୍ରେନ୍‌ ଚାଳକମାନଙ୍କୁ ହୁସିଆର୍‌ କରିବାକୁ ହାତୀ କରିଡର୍‌ ସବୁରେ ସାଇନ୍‌ ବୋର୍ଡ ଲଗାଯିବ। ବୋଲି ଜଣେ ରେଳବାଇ ମୁଖପାତ୍ର କହିଛନ୍ତି।
ଏହି ଅଞ୍ଚଳ ମଧ୍ୟରେ ସମୁଦାୟ ୬୨ଟି ହାତୀ କରିଡର୍‌ ଚିହ୍ନଟ କରାଯାଇଛି।

ଏହାଛଡ଼ା ହାତୀ ମୃତ୍ୟୁ ହାର କମାଇବା ପାଇଁ ରେଳବାଇ ଅନ୍ୟ ଏକ ଯୋଜନା ମଧ୍ୟ କରୁଛି। ତାହା ହେଲା ହାତୀମାନେ ବରାବର ଯାତାୟାତ କରୁଥିବା ସ୍ଥାନରେ ରାମ୍ପ୍‌ ନିର୍ମାଣ କରିବା

ସମ୍ବନ୍ଧିତ ଖବର