ଆଜି ୭୨ତମ ସ୍ୱାଧୀନତା ଦିବସ:ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭାରତୀୟ ସୀମା ଡେଇଁଲା ଚୀନ୍‌ ସେନା

ନୂଆଦିଲ୍ଲୀ: ବୁଧବାର ଭାରତ ଏହାର ୭୨ତମ ସ୍ୱାଧୀନତା ଦିବସ ହର୍ଷୋଲ୍ଲାସ ସହିତ ପାଳନ କରିବ। ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଏହି ସ୍ୱତନ୍ତ୍ର ଦିବସରେ ଦେଶ ତଥା ଜାତି ପାଇଁ ପ୍ରାଣବଳି ଦେଇଥିବା ସେହି ମହାନ୍‌ ବ୍ୟକ୍ତିମାନଙ୍କୁ ମନେପକାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ଜନତା। ଏହି ପରିପ୍ରେକ୍ଷୀରେ ରାଜଧାନୀ ଦିଲ୍ଲୀ ଆଜିଠୁ ବେଶ୍‌ ଉତ୍ସବମୁଖର ହୋଇଉଠିଛି। ଲାଲ୍‌କିଲ୍ଲାରେ ବୁଧବାର ରାଷ୍ଟ୍ରୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ସଭାରେ ଦେଶବିଦେଶର ନେତୃବୃନ୍ଦ ଯୋଗଦେବେ।
ଏହାକୁ ଆଖିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟବ୍ୟାପୀ ପାଖାପାଖି ୭୦,୦୦୦ ଦିଲ୍ଲୀ ପୁଲିସଙ୍କୁ ମୁତୟନ କରାଯିବା ସହିତ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ପ୍ରସଙ୍ଗରେ ସୂଚନା ଦେଇ ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜେଏନ୍‌ୟୁ ଛାତ୍ରନେତା ଉମର ଖଲିଦ୍‌ଙ୍କ ଉପରେ ଆକ୍ରମଣ ପରେ ରାଜ୍ୟବ୍ୟାପୀ ସତର୍କତା ଜାରି କରାଯାଇଛି। ଲାଲ୍‌କିଲ୍ଲାକୁ ସଂଯୋଗ କରୁଥିବା ମାର୍ଗଗୁଡ଼ିକରେ ୫୦୦ରୁ ଊର୍ଧ୍ୱ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। କେବଳ ଲାଲ୍‌କିଲ୍ଲାରେ ୨୦୦ରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ସିସିଟିଭି ଫୁଟେଜ୍‌ ଉପରେ ୨୪ ଘଣ୍ଟା ନଜର ରଖାଯିବ।
ଏତଦ୍‌ବ୍ୟତୀତ ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସର ସ୍ୱାତ୍‌ (ସ୍ପେସିଆଲ୍‌ େଓ୍ଵପନ୍ସ ଆଣ୍ଡ୍‌ ଟାକ୍ଟିକ୍ସ) ୟୁନିଟ୍‌ର ୩୬ ମହିଳା କର୍ମୀଙ୍କୁ ମୁତୟନ କରାଯାଇଛି। ଏହି କର୍ମୀମାନେ ଅନ୍ୟ ସୁରକ୍ଷା କର୍ମୀମାନଙ୍କ ସହିତ ଲାଲ୍‌କିଲ୍ଲାକୁ ସୁରକ୍ଷା ଯୋଗାଇବେ। ତା’ଛଡ଼ା ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲ୍‌ରେ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଲାଲ୍‌କିଲ୍ଲାରେ ଏକ ଏନ୍‌ଏସ୍‌ଜି ସ୍ନାଇପର ଟିମ୍‌କୁ ମଧ୍ୟ ନିୟୋଜିତ କରାଯାଇଛି।

ଜମ୍ମୁ,: କିଛି ଦିନର ବିରତି ପରେ ଭାରତୀୟ ସୀମାରେ ପୁଣି ଚୀନ୍‌ର ପିଏଲ୍‌ଏ ସେନା ଦାଦାଗିରି ଦେଖାଇଛି। ଜମ୍ମୁ-କଶ୍ମୀର ଅନ୍ତର୍ଗତ ଲଦାଖରେ ଚୀନ୍‌ ସେନା ଭାରତୀୟ ସୀମା ଡେଇଁ ୪୦୦ ମିଟର ଭିତରକୁ ପ୍ରବେଶ କରିଛି। ଏଥିସହ ଉକ୍ତ ଅଞ୍ଚଳରେ ପ୍ରବେଶ କରି ଏମାନେ ୫ଟି ଟେଣ୍ଟ୍‌ ବାନ୍ଧି ରହିଛନ୍ତି। କ’ଣ ପାଇଁ ଏମାନେ ଭାରତୀୟ ସୀମା ଡେଇଁଛନ୍ତି, ସେ ସଂପର୍କରେ ଯଦିଓ କିଛି ସ୍ପଷ୍ଟ ସୂଚନା ମିଳିନାହିଁ, କିନ୍ତୁ ଏ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ମଧ୍ୟରେ ଆଲୋଚନା ପରେ ଉକ୍ତ ସ୍ଥାନରୁ ୩ଟି ଟେଣ୍ଟ୍‌କୁ ହଟାଇ ଦିଆଯାଇଛି। ଚୀନ୍‌ର ପିଏଲ୍‌ଏ ସୈନିକମାନେ ଏବେ ବି ସେଠାରେ ଦୁଇଟି ଟେଣ୍ଟ୍‌ରେ ଥିବା ଜଣାପଡ଼ିଛି। ସେମାନେ ନିଜକୁ ଯାଯାବର ବେଶରେ ସଜାଇ କିଛି ଗୋରୁଗାଈ ଧରି ପୂର୍ବ ଲଦାଖର ଡେମ୍‌ଚୋକ୍‌ ସେକ୍ଟର ମଧ୍ୟଦେଇ ପ୍ରବେଶ କରିଛନ୍ତି। ଚଳିତବର୍ଷ ଜୁଲାଇରୁ ସେମାନେ ଏଭଳି କାରନାମା ଘଟାଇବା ପରେ ଭାରତୀୟ ସୈନିକଙ୍କ ଦୃଷ୍ଟିକୁ ଆସିଥିଲେ। ସେନା ପକ୍ଷରୁ ସେମାନଙ୍କୁ ପତାକା ଦେଖାଯାଇ ଚାଲିଯିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ସେଠାରୁ ଯିବାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧିତ ଖବର