ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଧିକ ନକରାତ୍ମକ ପ୍ରଚାର ହେଉଛି କଂଗ୍ରେସର ପରାଜୟର କାରଣ: ଅନୀଲ ଶାସ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଲାଗି ଏବେ ଦଳ ଭିତରେ ଆରୋପ-ପ୍ରତ୍ୟାରୋପର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳର ବରିଷ୍ଠ ନେତା  ଅନୀଲ ଶାସ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ପୁଅ ଅନୀଲ ଶାସ୍ତ୍ରୀ କହଛନ୍ତି ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଧିକ ନକରାତ୍ମକ ପ୍ରଚାର ହେଉଛି କଂଗ୍ରେସର ପରାଜୟର କାରଣ ।

The Hindu

ସେ କହିଛନ୍ତି ଯେ, ଚୈାକିଦାର ଚୋର ହେ’ ନାରା ଭାରି ପଡ଼ିଲା । ଲୋକମାନେ ଏହି ନାରାକୁ କର୍ଣ୍ଣପାତ କରିଲେ ନାହିଁ । କଂଗ୍ରେସ ଲୋକଙ୍କ ଆବଶ୍ୟକତାକୁ ବୁଝି ପାରିଲା ନାହିଁ  । ଅଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛରେ ଲାଗିବା ଅପେକ୍ଷା ଦଳ ସକାରାତ୍ମକ କଥା ଉପରେ ଗୁରୁତ୍ବ ନ ଦେବା ଦଳଲାଗି ବୁମେରାଂ ହୋଇଛି ବୋଲି ଅନୀଲ ଶାସ୍ତ୍ରୀ କହଛନ୍ତି ।

 

 

ସମ୍ବନ୍ଧିତ ଖବର