ଜାପାନ କମ୍ପାନି ଗଢ଼ିଲା ମୋବାଇଲ ମସ୍‌ଜିଦ୍‌ ! ୨୦୨୦ ଅଲମ୍ପିକ୍‌ ସମୟରେ କୌଣସି ସ୍ଥାନରେ ବି ନମାଜ ପଢ଼ିପାରିବେ ମୁସଲମାନ ଖେଳାଳି

ଟୋକିଓ : ଜାପାନର ଏକ କମ୍ପାନି ଚଳନ୍ତା ମସ୍‌ଜିଦ୍‌ ତିଆରି କରିଥିବା ଜଣାପଡ଼ିଛି । ଏହି ମସ୍‌ଜିଦ୍‌ ଜରିଆରେ ମୁସଲମାନମାନେ କୌଣସି ସ୍ଥାନରେ ରହି ବି ନମାଜ ପଢ଼ି ପାରିବେ । ଜାପାନରେ ୨୦୨୦ରେ ହେବାକୁ ଯାଉଥିବା ଅଲମ୍ପିକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ମଧ୍ୟରେ ରହିଛି ନମାଜ ପଢ଼ିବାର ସୁବିଧା । ଟୋକିଓର ଏକ ସ୍ପୋର୍ଟସ କମ୍ପାନି ଏକ ଟ୍ରକ ଉପରେ ଏମିତି ବ୍ୟବସ୍ଥା ଆରମ୍ଭ କରିଛି, ଯାହା ଉପରେ ବିନା କୌଣସି ଚିନ୍ତାରେ ନମାଜ ପଢ଼ା ଯାଇ ପାରିବ । ୟାଶୁ ପ୍ରେଜେକ୍ଟର ସିଇଓ ୟାଶୁ ଇନଉଙ୍କ କହିଛନ୍ତି କି, ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍‌ରେ ବିଭିନ୍ନ ଦେଶ ଭାଗ ନେବ । ଏଠାରେ ନମାଜ ପଢ଼ିବା ପାଇଁ ମସ୍‌ଜିଦ୍‌ର ଅଭାବ ଥିବାରୁ ମୋବାଇଲ ମସ୍‌ଜିଦ୍‌ ଭଳି ସୁବିଧାକୁ ନିର୍ମାଣ କଥା ଆମେ ଭାବିଥିଲୁ ।

The Japan Times

ଏହି ମୋବାଇଲ ମସ୍‌ଜିଦ୍‌ କୌଣସି ବି ସ୍ଥାନକୁ ଯାଇ ପାରିବ । ଯାହାକୁ ବ୍ୟବହାର କରି ମୁସଲମାନ୍‌ ଭାଇମାନେ ନମାଜ ପଢ଼ି ପାରିବେ । ଏହି ସପ୍ତାହ ଆରମ୍ଭରେ ଏହି ମସ୍‌ଜିଦ୍‌ର ଶୁଭାରମ୍ଭ ଟୟୋଟା ଷ୍ଟାଡ଼ିୟମ ବାହାରେ କରାଯାଇଥିଲା । ଟ୍ରକ୍‌ ଉପରେ ତିଆରି ହୋଇଥିବା ଏହି ମୋବାଇଲ ମସ୍‌ଜିଦ୍‌ ଭିତରେ ୫୦ଜଣ ଲୋକ ବସି ଆରାମରେ ନମାଜ ପଢ଼ି ପାରିବେ ବୋଲି ଜଣା =ପଡ଼ିଛି । ଟ୍ରକ୍‌ ବାହାରେ ହାତ ଧୋଇବା ପାଇଁ ବ୍ୟବସ୍ଥା ରଖାଯାଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର