ପୁଲଵାମା ପ୍ରଭାବ : ୧୦ ଟଙ୍କିଆ ଟମାଟୋ ପାକିସ୍ତାନରେ ୧୮୦

ପାକିସ୍ତାନ ସହ ଅହିଂସାବାଲାଙ୍କୁ ଗଧ ପିଠିରେ ବୁଲାଅ: କଙ୍ଗନା, ପଢ଼ାଖର୍ଚ୍ଚ ତୁଲାଇବେ ରବିନା

ନୂଆଦିଲ୍ଲୀ : ପୁଲଵାମାରେ ଅତଙ୍କବାଦୀଙ୍କ ବର୍ବରତା ପରେ ପାକିସ୍ତାନର ଅକଲ ଗୁଡୁମ୍ ହେବାରେ ଲାଗିଛି। ମଧ୍ୟପ୍ରଦେଶର କୃଷକମାନେ ପାକିସ୍ତାନକୁ ଟମାଟୋ ରପ୍ତାନି ବନ୍ଦ କରିଦେବା ପରେ ତାହାର ଭୀଷଣ ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି। ଭାରତରେ ୧୦ ଟଙ୍କାରେ ମିଳୁଥିବା ଟମାଟୋ କିଲୋ ଏବେ ପାକିସ୍ତାନରେ ୧୮୦ଟଙ୍କା ହୋଇ ଯାଇଥିବା ଜଣାପଡ଼ିଛି। ଟମାଟୋ ବ୍ୟତୀତ ପିଆଜ ଏବଂ ଅନ୍ୟାନ୍ୟ ଭାରତୀୟ ପରିବା ଦର ମଧ୍ୟ ପାକିସ୍ତାନରେ ଆକାଶଛୁଆଁ ହେବାରେ ଲାଗିଛି। ବିଶେଷ କରି ଆଳୁ କିଲୋ ୩୦-୩୫ ଟଙ୍କା ଥିବା ବେଳେ କାକୁଡ଼ି ୮୦ଟଙ୍କା,ବାଇଗଣ ୬୦-୮୦ ଟଙ୍କା, ସିମଳା ଲଙ୍କା ୮୦ଟଙ୍କା ଏବଂ ଭେଣ୍ଡି କିଲୋ ୧୨୦ ଟଙ୍କା ହୋଇଛି।

ପାକିସ୍ତାନ ସହ ଅହିଂସାବାଲାଙ୍କୁ ଗଧ ପିଠିରେ ବୁଲାଅ: କଙ୍ଗନା

ମୁମ୍ବାଇ : ପୁଲଵାମା ଆକ୍ରମଣ ପାଇଁ ଦାୟୀ ପାକିସ୍ତାନ ବିରୋଧରେ ପ୍ରତିଶୋଧ ପାଇଁ ଏବେ ଦେଶବାସୀଙ୍କ ରକ୍ତ ଟକମକ ହେଉଥିବା ବେଳେ ବଲିଉଡ୍ ଅଭିନେତ୍ରୀ ନିଆରା ଆହ୍ବାନ ଦେଇଛନ୍ତି। ଏତେ ସବୁ ହେବା ପରେ ଯଦି କିଏ ପାକିସ୍ତାନ ସହ ଅହିଂସା ଏବଂ ଶାନ୍ତି ବିଷୟରେ ଭାଷଣ ଦିଏ, ତା’ ମୁହଁରେ କଳା ବୋଳି ଗଧ ପିଠିରେ ବସାଇବା ଦରକାର ଏବଂ ଚାପୁଡ଼ା ପରେ ଚାପୁଡ଼ା ମାରି ତାକୁ ସାବାଡ଼ କରିବା ଉଚିତ ବୋଲି କଙ୍ଗନା କହିଛନ୍ତି।

ପଢ଼ାଖର୍ଚ୍ଚ ତୁଲାଇବେ ରବିନା

ମୁମ୍ବାଇ : ପୁଲଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ। ସହିଦଙ୍କ କନ୍ୟାମାନଙ୍କ ପଢ଼ାଖର୍ଚ୍ଚ ବହନ କରିବେ ବୋଲି ରବିନା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର