ଶପଥ ଗ୍ରହଣ କଲେ ଇନ୍ଦୁ ମାଲହୋତ୍ରା

ନୂଆଦିଲ୍ଲୀ : ବାଦ ବିବାଦର ଅନ୍ତ ଘଟାଇ ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରା ଆଜି ସୁପ୍ରିମକାର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଇନ୍ଦୁ ଆଜି ଶପଥ ଗ୍ରହଣ କରିବାପରେ ସେ ସୁପ୍ରିମକୋର୍ଟର ସପ୍ତମ ମହିଳା ବିଚାରପତି ହୋଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜି ଇନ୍ଦୁ ମାଲହୋତ୍ରାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୬୧ ବର୍ଷୀୟା ମାଲହୋତ୍ରା ଆଜି ସୁପ୍ରିମକୋର୍ଟର ୧ ନମ୍ବର ଅଦାଲତରେ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି। ତେବେ ପୂର୍ବରୁ ସୁପ୍ରିମକୋର୍ଟରେ ଅନ୍ୟ ମହିଳା ବିଚାରପତି ଥିଲେ ମଧ୍ୟ ଇନ୍ଦୁ ମାଲହୋତ୍ରା ପ୍ରଥମ ଥର ପାଇଁ କଲେଜିୟମ ସୁପାରିସରେ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବା ପ୍ରଥମ। ବେଙ୍ଗାଲୁରୁରେ ଜନ୍ମିତ ମାଲହୋତ୍ରା ୧୯୮୩ ମସିହାରେ ନ୍ୟାୟିକ ବୃତ୍ତିରେ ଯୋଗ ଦେଇଥିଲେ ଏବଂ ସୁପ୍ରିମ୍‌ କୋର୍ଟରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର