ଦେଶର ଟପ-୧୦ ଥାନା ତାଲିକା ପ୍ରକାଶ, ଓଡିଶାକୁ ମିଳିଲାନି ଗୋଟିଏ ବି ସ୍ଥାନ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଆକ୍ରୋଶ ରହିଛି | ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ସାଧାରଣ ଲୋକ ପ୍ରଶ୍ନ ଉଠାଇଥିବାବେଳେ ଗୃହ ମନ୍ତ୍ରାଳୟ ଦେଶର ଟପ-୧୦ ବା ସର୍ବଶ୍ରେଷ୍ଠ ୧୦ଟି ପୁଲିସ ଥାନାର ତାଲିକା ଜାରି କରିଛି | ତେବେ ଏହି ତାଲିକାରେ ଓଡ଼ିଶାର କୌଣସି ଗୋଟିଏ ବି ଥାନାକୁ ସ୍ଥାନ ମିଳିନାହିଁ | ଦେଶର ସବୁଠାରୁ ଭଲ କାମ କରୁଥିବା ପୁଲିସ ଥାନା ତାଲିକାରେ ଥିବା ଥାନାର ନାମ ହେଉଛି ଅବେରଦିନ | ଏହି ଥାନାଟି ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ କେନ୍ଦ୍ର ଶାସିତ ଅଂଚଳରେ ରହିଛି |

News18

ସର୍ବଶ୍ରେଷ୍ଠ ଥାନାକୁ ରାଜ୍ୟ ଭାବରେ ବିଭକ୍ତିକରଣ କଲେ ଦ୍ଵିତୀୟ ସ୍ଥାନରେ ଗୁଜୁରାଟ, ତୃତୀୟରେ ମଧ୍ୟପ୍ରଦେଶ, ଚତୁର୍ଥରେ ତାମିଲନାଡୁ, ପଂଚମରେ ଅରୁଣାଚଳ ପ୍ରଦେଶ, ଷଷ୍ଠ ସ୍ଥାନରେ ଦିଲ୍ଲୀ ରହିଛି | ସେହିପରି ସପ୍ତମ ସ୍ଥାନରେ ରାଜସ୍ଥାନ, ଅଷ୍ଟମ ସ୍ଥାନରେ ତେଲେଙ୍ଗାନା, ନବମ ସ୍ଥାନରେ ଗୋଆ ଓ ଦଶମ ସ୍ଥାନରେ ପୁଣି ମଧ୍ୟପ୍ରଦେଶ ରହିଛି |

ଥାନାର କାର୍ଯ୍ୟକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି | ପ୍ରଥମରେ ସମ୍ପତ୍ତିକୁ ନେଇ ଅପରାଧ, ଦ୍ଵିତୀୟରେ ମହିଳାଙ୍କ ବିରୋଧରେ ଅପରାଧ, ତୃତୀୟରେ ସମାଜରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧ ଯେଉଁ ଥାନାରେ କମ ଭାବରେ ମିଳିଛି ତାହାକୁ ଶ୍ରେଷ୍ଠ ଥାନା ଭାବେ ବିଚାର କରାଯାଇଛି |

ସମ୍ବନ୍ଧିତ ଖବର