ଆୟୁର୍ବେଦୀୟ ଡାକ୍ତର ଚିକିତ୍ସା କରୁଛନ୍ତି କହି ବାପାଙ୍କ ଶବକୁ ମାସେ ହେବ ରଖିଛନ୍ତି ବଡ଼ ପୁଲିସ ଅଫିସର୍‌

ଭୋପାଳ: ବୁଧବାର ଦିନ ମଧ୍ୟ ପ୍ରଦେଶର ଜଣେ ବଡ଼ ପୁଲିସ ଅଫିସର ଦାବି କରିଛନ୍ତି କି, ଭୋପାଳର ଏକ ଘରୋଇ ଡାକ୍ତରଖାନା ଜାନୁଆରି ୧୪ ତାରିଖ ଦିନ ମୃତ ଘୋଷଣା କରିଥିବା ତାଙ୍କ ୮୪ ବର୍ଷିୟ ବାପା ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ଆରୋଗ୍ୟ ଲାଭ କରୁଛନ୍ତି।

ଆଡିସ୍‌ନାଲ୍‌ ଡାଇରେକ୍ଟର୍‌ ଜେନେରାଲ୍‌ ଅଫ୍‌ ପୁଲିସ୍‌ ପଦବୀରେ ଥିବା ରାଜେନ୍ଦ୍ର କୁମାର ମିଶ୍ରଙ୍କ ବାପା ମାସେ ତଳେ ଫୁସ୍‌ଫୁସ୍‌ ଜଟିଳତା ଯୋଗୁଁ ମାସେ ତଳେ ମରି ଯାଇଥିଲେ। ଘରେ ଥିବା ଅତ୍ୟଧିକ ଗଳିତ ଶବ ଯୋଗୁଁ ଅସୁସ୍ଥ ଅନୁଭବ କରୁଥିବା କଥା ମିଶ୍ରଙ୍କ ସରକାରୀ ବାସଭବନରେ କାମ କରୁଥିବା କେତେକ ଷ୍ଟାଫ୍‌ ମେମ୍ବର କହିବାରୁ ଘଟନା ଲୋକ ଲୋଚନକୁ ଆସିଥିଲା। ଦୁର୍ଗନ୍ଧ ଯୋଗୁଁ ସେମାନେ ଅସୁସ୍ଥ ଅନୁଭବ କରି କାମରୁ ଛୁଟି ନେଇଯାଇଛନ୍ତି।

କେହି ଅଭିଯୋଗ କରି ନ ଥିବାରୁ ଏ ଭଳି ପରିସ୍ଥିତିରେ କ’ଣ କରାଯିବ ସେକଥା ପୁଲିସ ଜାଣି ପାରୁ ନାହିଁ।

ପଚରା ଯିବାରୁ ଛୁଟିରେ ଥିବା ମିଶ୍ର କହନ୍ତି: ଏଇଟା ବ୍ୟକ୍ତିଗତ କଥା। ବଂଶଲ ହସ୍‌ପିଟାଲ୍‌ରେ ଲୋକେ କ’ଣ କହୁଛନ୍ତି ମୁଁ ଜାଣେନା, କିନ୍ତୁ ସେମାନେ ମନା କରିଦେବାରୁ ଆମେ ବାପାଙ୍କୁ ଘରକୁ ନେଇ ଆସିଲୁ। ଘରେ ଜଣେ ଆୟୁର୍ବେଦୀୟ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ବାପାଙ୍କୁ ଦେଖା କରି ହେବ କି, ବୋଲି ପଚରା ଯିବାରୁ ସେ ମନା କରୁଛନ୍ତି।

ରାଜ୍ୟ ଫରେନ୍‌ସିକ୍‌ ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଡି କେ ଶତପଥୀ କହନ୍ତି: ମୁଁ ଶବକୁ ପରୀକ୍ଷା କରିଛି। ଡାକ୍ତରୀ ବିଜ୍ଞାନ ଅନୁସାରେ, ସେ ବଞ୍ଚି ନାହାନ୍ତି। ଏଇଟା ମିଶ୍ର ପରିବାରର ବିଶ୍ୱାସ। ତାଙ୍କର ବିଶ୍ୱାସ ବଡ଼ ମିଶ୍ରେ ସମାଧିରେ ଅଛନ୍ତି। ମୁଁ ଶବକୁ ପରୀକ୍ଷା କରିବା ବେଳେ ତାହା ଶଢ଼ି ନ ଥିଲା। ଶବର ଏବକାର ଅବସ୍ଥା ସଂକ୍ରାନ୍ତରେ ମୁଁ କିଛି କହି ପାରିବି ନାହିଁ।

ପୁଲିସ ଅଧିକାରୀଜଣକ ଡାକିବାରୁ ସତପଥୀ ତାଙ୍କ ଘରକୁ ଯାଇଥିଲେ, କିନ୍ତୁ କେବେ ଯାଇଥିଲେ ସେ ତାରିଖ ତାଙ୍କର ମନେ ନାହିଁ।
ପୁଲିସ ଅଧିକାରୀଙ୍କ ବାପା କେ ଏମ୍‌ ମିଶ୍ର ଜାନୁଆରି ୧୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଜାନୁଆରି ୧୪ ତାରିଖ ଅପରାହ୍ଣ ୪ଟାରେ ମରିଯାଇଥିଲେ। ମରିଯିବା ପରେ ସେ ଚିକିତ୍ସାଧୀନ ଥିବା ଡାକ୍ତରଖାନା ମୃତ ପ୍ରମାଣପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର