ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଲସ୍କର-ଏ-ତୋଏବାର ଶୀର୍ଷ ସ୍ତରୀୟ ଆତଙ୍କବାଦୀ ନିହତ

ହନ୍ଦୱାରା: ଜମ୍ମୁ-କଶ୍ମୀରସ୍ଥିର ହଣ୍ଡୱାରାଠାରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ ହାଇଦର ନିହତ ହୋଇଛି। ଏ ନେଇ କଶ୍ମୀରର ପୁଲିସ୍‌ ଆଇଜି  ବିଜୟ କୁମାର ରବିବାର ସୂଚନା ଦେଇଛନ୍ତି। କୁମାର କହିଛନ୍ତି କି ‘ଶୀର୍ଷ ସ୍ତରୀୟ ଲକ୍ସର ଆତଙ୍କବାଦୀ ହାଇଦର ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛି।

ପୂର୍ବରୁ ସେନା ମୁଖପାତ୍ର କହିଥିଲେ ‌ଯେହଣ୍ଡୱାରାର ଚାଞ୍ଜୁମୁଲା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ଅତର୍କିତ ଭାବେ .ସେନା ଉପରେ ଆତଙ୍କବାଦୀମାନେ  ଆକ୍ରମଣ କରିବାରୁ ୨୧ ରାଷ୍ଟ୍ରୀୟ ରାଇଫଲ୍‌ର ଜଣେ ଯବାନ ନିକଟରେ ଥିବା ସାଧାରଣ ନାଗରିକଙ୍କ ଘରକୁ ପଶି ଯାଇ ପରିସ୍ଥିତିକୁ ଆୟତ୍ତ କରିବାକୁ ‌ଚେଷ୍ଟା କରିଥିଲେ।

ଏହି ଆକ୍ରମଣ‌ରେ ଜଣେ କର୍ଣ୍ଣେଲ୍ ଓ ମେଜର୍‌ଙ୍କ ସମେତ ୪ ଜଣ ସେନା ଯବାନ ସହିଦ ହୋଇଥିଲେ। ପରବର୍ତ୍ତୀ ସମୟରେ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର