ଭାରତ ସହ ଏକୀକୃତ ନ ହେବା ପର୍ଯ୍ୟନ୍ତ କଶ୍ମୀର ଅଧିବାସୀଙ୍କର ସର୍ବାଙ୍ଗୀନ ମଙ୍ଗଳ ଓ ବିକାଶ ସମ୍ଭବ ହୋଇ ପାରିବ ନାହିଁ; କହିଲା ଦେଶର ଶୀର୍ଷ ମୁସ୍‌ଲିମ ସଂଗଠନ ଜମତ୍‌ ଉଲାମା-ଇ-ହିନ୍ଦ୍‌

ନୂଆଦିଲ୍ଲୀ: ଦେଶର ଶୀର୍ଷ ମୁସ୍‌ଲିମ ସଂଗଠନ ଜମତ୍‌ ଉଲାମା-ଇ- ହିନ୍ଦ୍‌ ଆଜି (ଗୁରୁବାର) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଳ୍ପକୁ ପାରିତ କରିଛି। ଜମତ୍‌ ଉଲାମା-ଇ- ହିନ୍ଦ୍‌ ପକ୍ଷରୁ ପାରିତ ହୋଇଥିବା ଏହି ସଙ୍କଳ୍ପରେ କୁହାଯାଇଛି ଯେ କଶ୍ମୀର ହେଉଛି ଦେଶର ଏକ ‘ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ’ ଏବଂ ଭାରତ ସହ ଏକୀକରଣ ହେଲେ ବା ସଂପୂର୍ଣ୍ଣ ରୂପେ ସାମିଲ ହେଲେ ହିଁ ଯାଇ ଏହି ଉପତ୍ୟକା ଓ ଉପତ୍ୟକାର ଅଧିବାସୀମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ଓ ବିକାଶ ସମ୍ଭବ ହୋଇ ପାରିବ।

ଜମତ୍‌ ଉଲାମା-ଇ- ହିନ୍ଦ୍‌ର ବାର୍ଷିକ ସାଧାରଣ ଅଧିବେଶନ କାଳରେ ଏହି ସଙ୍କଳ୍ପ ପାରିତ ହେବା ସହ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ତୀବ୍ର ଭର୍ତ୍ସନା କରାଯାଇଛି। ପଡ଼ୋଶୀ ପାକିସ୍ତାନ କଶ୍ମୀରରେ ସାମୟିକ ବଳ ପ୍ରୟୋଗ କରବା ସହ କଶ୍ମୀର ବାସୀଙ୍କୁ ଢ଼ାଲ କରି ଏଠାରେ ଅଶାନ୍ତି ସୃଷ୍ଟି କରିବା ସହ କଶ୍ମୀରକୁ ନଷ୍ଟଭ୍ରଷ୍ଟ କରିବାକୁ ଉଦ୍ୟମ ଚଲାଇଛି ବୋଲି ମଧ୍ୟ ଅଭିଯୋଗ କରିଛି।

ଏପରିସ୍ଥିତିରେ ଭାରତ ସହ ଏକୀକରଣ ବା ସଂପୂର୍ଣ୍ଣ ରୂପେ ସାମିଲ ନ ହେବା ପର୍ଯ୍ୟନ୍ତ ଏହି ଉପତ୍ୟକା ଓ ଉପତ୍ୟକାର ଅଧିବାସୀମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ଓ ବିକାଶ ସମ୍ଭବ ହୋଇ ପାରିବ ନାହିଁ ବୋଲି ପାରିତ ସଙ୍କଳ୍ପରେ କହିଛି ଜମତ୍‌ ଉଲାମା-ଇ- ହିନ୍ଦ୍‌।

ସମ୍ବନ୍ଧିତ ଖବର