ଇକୋନୋମି କ୍ଲାସରେ ଆସିଥିଲେ ପର୍ଯ୍ୟଟନ ମନ୍ତ୍ରୀ, ଅନ୍ୟ ଅଧିକାରୀ ବିଜନେସ କ୍ଲାସରେ

ନୂଆଦିଲ୍ଲୀ: କେ ଜେ ଆଲଫୋନ୍ସ ଭାରତୀୟ ପ୍ରଶାସନିକ ସେବା, ଆଇନଜୀବୀ ଓ ରାଜନେତା ଭାବେ କାର୍ଯ୍ୟ କରିବା ପରେ ୨୦୧୭ ସେପ୍ଟେମ୍ବର ୩ରେ ସେ ନୂତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

 

ତେବେ ନିକଟରେ ଆଲଫୋନ୍ସ ଦିଲ୍ଲୀରୁ ଭୁବନେଶ୍ୱର ଏୟାର ଇଣ୍ଡିଆ ଯୋଗେ ଯାତ୍ରା କରୁଥିବା ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଆଲଫୋନ୍ସଙ୍କ ଏଭଳି କାମ ଅନ୍ୟମନ୍ତ୍ରୀମାନଙ୍କ ପାଇଁ ଉଦାହରଣ ସାଜିଛି। କେଜେ ଆଲଫୋନ୍ସ ଦିଲ୍ଲୀରୁ ଭୁବନେଶ୍ୱର ଉଡାଣ ଭରୁଥିବା ସମୟରେ ଇକୋନୋମି କ୍ଲାସ ଚୟନ କରି ତାଙ୍କ ଅଧିକାରୀମାନଙ୍କୁ ବିଜନେସ କ୍ଲାସ ଦେଇଥିଲେ।

 

କେଜେ ଅଲଫୋନ୍ସଙ୍କ ଅଧିକାରୀମାନଙ୍କ କହିବାନୁସାରେ, ଆଲଫୋନ୍ସଙ୍କ ଏୟାର ଇଣ୍ଡିଆରେ ବିଜନେସ କ୍ଲାସ୍‌ରେ ଟିକେଟ ହୋଇଥିଲା କିନ୍ତୁ ଆଲଫାନ୍ସ ତାହାକୁ ପରିବର୍ତ୍ତନ କରି ଇକୋନେମି କ୍ଲାସ୍‌ କରିଥିଲେ। ବିଜନେସ କ୍ଲାସ ଅପେକ୍ଷା ଆଲଫୋନ୍ସକୁ ଇକୋନୋମି କ୍ଲାସରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି। ସେ ସାଧରଣ ଜନତା ଭଳି ଜୀବନ ବିତାଇବାକୁ ଚାହାନ୍ତି। ଆଲଫୋନ୍ସ କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ତାଙ୍କ ସାଥୀରେ ଯାଉଥିବା ସହଯୋଗୀଙ୍କ ଟିକେଟକୁ ସୁନିଶ୍ଚିତ କରିସାରିବା ପରେ ନିଜର ଟିକେଟ ଚୟନ କରିଥାଆନ୍ତି।

ଭୁବନେଶ୍ୱରରୁ ବିମାନ ଅବତରଣ କରିବା ସମୟରେ କେଜେ ଅଲଫୋନ୍ସଙ୍କ ସହିତ ଶୀର୍ଷ ଅଧିକାରୀ, ଯୁଗ୍ମ ସଚିବ, ମହାନିର୍ଦ୍ଦେଶକ, ମନ୍ତ୍ରାଳୟର ଅତିରିକ୍ତ ଡିଜି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର