ପର୍ଯ୍ୟଟକ ଟାଣୁଛି ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଦିନକୁ ୩୦ ହଜାର ଦର୍ଶକ ଆସୁଛନ୍ତି

ଅହମ୍ମଦାବାଦ: ଗୁଜରାଟର ନର୍ମଦା ସରୋବର ଡ୍ୟାମ୍‌ ଉପରେ ନିର୍ମିତ ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଏବେ ଅଧିକରୁ ଅଧିକ ପର୍ଯ୍ୟଟକ ଟାଣିବାରେ ଲାଗିଛି। ଏହାକୁ ଦେଖିବାକୁ ଦିନକୁ ପ୍ରାୟ ୩୦ହଜାର ଦର୍ଶକ ଆସୁଛନ୍ତି। ଗୁଜରାଟର ପର୍ଯ୍ୟଟନ ସଚିବ ଏସ୍‌ ଜେ ହାଇଦର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନକୁ ୧୫ହଜାର ଦର୍ଶକ ଆସିବେ ବୋଲି ପୂର୍ବରୁ ରାଜ୍ୟ ସରକାର ଆକଳନ କରିଥିଲେ। କିନ୍ତୁ ଏହି ସଂଖ୍ୟା ପାର୍‌ କରିଛି। ଅନ୍ୟପକ୍ଷରେ ବିଦେଶରେ ମଧ୍ୟ ଏହି ସର୍ଦ୍ଦାର୍‌ ବଲ୍ଲଭ ଭାଇ ପଟେଲ୍‌ଙ୍କ ପ୍ରତିମୂର୍ତ୍ତିକୁ ନେଇ ଜୋରସୋର ଚର୍ଚ୍ଚା ହେଉଛି। ଅନେକ ବିଦେଶୀ ଗୁଜରାଟ ଆସୁଥିବାର ଦେଖିବାକୁ ମିଳିଛି। ଭାରତରେ ଅବସ୍ଥାପିତ ଆମେରିକୀୟ କନ୍‌ସୁଲେଟ୍‌ ଜେନେରାଲ୍‌ ଏଡଗାଡ କଗନ ଏହାକୁ ଦେଖି ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ଏହି ମୂର୍ତ୍ତିର ବିଶାଳତା, ସୌନ୍ଦର୍ଯ୍ୟ ଏବଂ ଉକ୍ତ ଅଞ୍ଚଳର ପ୍ରାକୃତିକ ଶୋଭାରାଜି ଦେଖି ସେ ବିମୋହିତ ହୋଇଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର