ବିସ୍ଫୋରଣରେ ଉଡ଼ିଗଲା ତୃଣମୂଳ କାର୍ଯ୍ୟାଳୟ, ୨ ମୃତ

କୋଲକାତା : କିଛିଦିନର ନିରବତା ପରେ ପୁଣି ବିସ୍ଫୋରଣରେ ଥରି ଉଠିଛି ରାଜ୍ୟ। ଆଜି ସକାଳେ ପଶ୍ଚିମ ମିଦିନାପୁରରେ ଶାସକ ତୃଣମୂଳ କାର୍ଯ୍ୟାଳୟରେ ଭୟାବହ ବିସ୍ଫୋରଣ ହୋଇଛି। ଏଥିରେ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବାବେଳେ ଘଟଣାସ୍ଥଳରେ ୨ ଜଣ କର୍ମୀଙ୍କ ମୃତ୍ୟୁ ହୋଇଛି। ଆଉ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଆଜିର ଏହି ବିସ୍ଫୋରଣକୁ ନେଇ ବିତର୍କ ଉଠିଛି। ଘର ଭିତରେ ବୋମା ମହଜୁଦ ରହିଥିଲା ବୋଲି ସ୍ଥାନୀୟ ଲୋକେ କହୁଥିବାବେଳେ ତୃଣମୂଳ କର୍ମୀମାନେ ବୋମା ଭିଡ଼ୁଥିଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀମାନେ। ତୃଣମୂଳ କିନ୍ତୁ ଏସବୁ ଅଭିଯୋଗକୁ ଅସ୍ୱୀକାର କରିଛି।

ସମ୍ବନ୍ଧିତ ଖବର