ଛତିଶଗଡ଼ରେ ପ୍ରଥମ କରି ଟ୍ରାଫିକ ପୁଲିସମାନଙ୍କୁ ମିଳିବ ଶୀତତାପ ଯନ୍ତ୍ର ହେଲମେଟ୍
ରାୟପୁର : ରାସ୍ତାରେ ଯାଉଥିବା ସମୟରେ ଟ୍ରାଫିକ ସମସ୍ୟା କେତେ ତାହା ସମସ୍ତଙ୍କୁ ଜଣାଥିବ । ଦିନକୁ ଦିନ ଲୋକଙ୍କ ସହ ଗାଡ଼ିର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ଟ୍ରାଫିକ ପୁଲିସମାନଙ୍କୁ ନିୟନ୍ତ୍ରଣ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଖରା ତାତିରେ ଟ୍ରାଫିକକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲେ ମଧ୍ୟ ଲୋକେ ସବୁ ବେଳେ ଟ୍ରାଫିକ ପୁଲିସମାନଙ୍କ ଉପରେ କାମ ଠିକ୍ ଭାବରେ ନ କରିବାର ଆରୋପ ଲଗାଇଥାନ୍ତି । ତେବେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଛତିଶଗଡ଼ରେ ପ୍ରଥମ ଥର ପାଇଁ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ସବୁ ଟ୍ରାଫିକ ପୁଲିସମାନଙ୍କୁ ଏବେ ଶୀତତାପ ଯନ୍ତ୍ର ହେଲମେଟ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଛତିଶଗଡ଼ ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
CG Police DGP D.M.Awasthi is testing Air-conditioned helmet for traffic police. New thing to save Traffic men from heat. pic.twitter.com/MPjciicuD4
— chhattisgarh Police (@CG_Police) June 13, 2019
ଛତିଶଗଡ଼ର ପୁଲିସ ମହାନିର୍ଦ୍ଦେଶକ ଡି.ଏମ୍.ଅବସ୍ତିଙ୍କ କହିବା ଅନୁଯାୟୀ, ପ୍ରଥମେ ପରୀକ୍ଷାମୂଳକ ଭାବରେ ଆମେ ୨ଟି ଶୀତତାପ ଯନ୍ତ୍ର ହେଲମେଟ ବ୍ୟବହାର କରୁଛୁ । ଯଦି ପରୀକ୍ଷା ସଫଳ ହେଲା, ତେବେ ଏହାକୁ ସବୁ ଟ୍ରାଫିକ ପୁଲିସ ଏବଂ ସିକ୍ୟୁରିଟି ଡିୟୁଟିରେ ଥିବା ଅଧିକାରୀଙ୍କୁ ଦିଆଯିବ । ପାଖା ପାଖି ୧୦,୦୦୦ ଟ୍ରାଫିକ ପୁଲିସ ଉଚ୍ଚ ତାପମାତ୍ରାରେ କାମ କରୁଛନ୍ତି । ଏହି ସୁବିଧା ଅଣାଗଲେ ସେମାନଙ୍କୁ ଖରାରେ କାମ କରିବା ପାଇଁ ସହଜ ହେବ ।