ବର୍ଦ୍ଧିତ ଭଡ଼ା ସହ ନୂଆଦିଲ୍ଲୀ-ବାରାଣସୀ ମଧ୍ୟରେ ଡିସେମ୍ବର ୨୫ ତାରିଖରୁ ଚଳାଚଳ କରିବ ଟ୍ରେନ୍‌-ଏଇଟିନ୍‌

କୋଟା: କୋଟା ଜଙ୍କ୍‌ସନ୍‌ରୁ କୁରଲସି ଯାଏଁ ରବିବାର ଦିନ ପରୀକ୍ଷାମୂଳକ ଚାଳନା ସମୟରେ ଟ୍ରେନ୍‌-ଏଇଟିନ୍‌ର ବେଗ ୧୬୦ କିଲୋମିଟର୍‌ ଛୁଇଁବା ପରେ ଡିସେମ୍ବର ୨୫ ତାରିଖରୁ ଏହାକୁ ନୂଆଦିଲ୍ଲୀ ଓ ବରାଣସୀ ମଧ୍ୟରେ ଚଳାଚଳ କରାଇବାକୁ ଉଦ୍ୟମ ଚାଲିଛି।

ଜଣେ ବରିଷ୍ଠ ରେଳବାଇ ଅଧିକାରୀ କହିଛନ୍ତି: ବଡ଼ଦିନ ଦିନ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜନ୍ମଦିନ ମଧ୍ୟ ପଡୁଛି। ସେ ଦିନ ଯଦି ଆମେ ଏହି ନେକ୍ସଟ୍‌-ଜେନେରେସନ୍‌ ଟ୍ରେନ୍‌ ଚଳାଇ ପାରିବୁ, ତେବେ ତାହା ଦେଶର ଜଣେ ମହାନ ରାଜନୀତିଜ୍ଞଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ହେବ।

ଏହି ୧୦୦ କୋଟି ଟଙ୍କା ମୂଲ୍ୟର ଟ୍ରେନ୍‌ରେ ଯାତାୟତ ପାଇଁ ଯାତ୍ରୀ ମାହାସୁଲ ମଧ୍ୟ ସାଧାରଣ ମାସୁଲ ଠାରୁ ଅଧିକ ହେବ।

କିନ୍ତୁ, ପରୀକ୍ଷାମୂଳକ ଚାଳନା ଏଯାବତ୍‌ ସରି ନ ଥିବାରୁ ଚଳାଚଳର ତାରିଖ ଏବଂ ଯାତ୍ରୀ ମାସୁଲ ଏ ଯାଏଁ ସ୍ଥିର ହୋଇ ନାହିଁ।

ଏହି ଟ୍ରେନ୍‌ ସକାଳ ୬ଟାରୁ ନୂଆଦିଲ୍ଲୀ ରୁ ବାହାରି ଅପରାହ୍ଣ ୨ଟାରେ ବାରାଣସୀରେ ପହଞ୍ଚିବ ବୋଲି ଯୋଜନା କରାଯାଇଛି। ସେଠାରୁ ପୁଣି ଅପରାହ୍ଣ ୨: ୩୦ରେ ବାହାରି ରାତି ୧୦: ୩୦ରେ ରାଜଧାନୀରେ ପହଞ୍ଚିବ।

ସମ୍ବନ୍ଧିତ ଖବର