୧୯ ରାଜ୍ୟରେ ଭୋଟର ସ‌ଚେତନତା ସୃଷ୍ଟି କରିବ ଦୂରଗାମୀ ଟ୍ରେନ୍‌

ନୂଆଦିଲ୍ଲୀ : ଭୋଟରମାନଙ୍କୁ ସେମାନଙ୍କ ଭୋଟ୍‌ ଦେବାର ଅଧିକାର ସମ୍ପର୍କରେ ସ‌ଚେତନ କରିବାପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ୧୯ଟି ରାଜ୍ୟରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ୪ଟି ଦୂରଗାମୀ ଟ୍ରେନ୍‌। ଏହି ସଚେତନତା କାର୍ଯ୍ୟକ୍ରମ ଗତ ଶୁକ୍ରବାର ଦିନ ଆରମ୍ଭ କରିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ । ନିର୍ବ‌ାଚନୀ ସଂକ୍ରାନ୍ତ ମେସେଜ୍‌ ଥିବା ସ୍ବତନ୍ତ୍ର ଟ୍ରେନ୍‌ ଦ୍ବାରା‌ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ‘ମାଇଁ ଭୋଟ୍‌ ମ୍ୟାଟର୍ସ’ ତଥା ‘ମୋ ଭୋଟ୍‌ ବି ଗୁରୁତ୍ବପୂର୍ଣ୍ଣ’ ସ୍ଲୋଗାନ୍‌ ଥିବା ଏକ ସ୍ବତନ୍ତ୍ର ଟ୍ରେନ୍‌ ବିଭିନ୍ନ ରାଜ୍ୟ ବୁଲିବ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ‌କେରଳ ଏକ୍ସପ୍ରେସ୍‌ ନାମକ ଏକ ସ୍ବତନ୍ତ୍ର ଟ୍ରେନ୍‌ ଗତକାଲି ାପୂର୍ବାହ୍ନ ୧୧.୨୫ରୁ ନୂଆଦିଲ୍ଲୀ ଛାଡ଼ିଥିଲା। ଏହା ମାତ୍ର ୫୧ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ୧୦ ରାଜ୍ୟ ଅତିକ୍ରମ କରିବ। ସେହିପରି ‌ଭୋଟର ସ‌ଚେତନତା ସୃଷ୍ଟି କରିବାପାଇଁ ନିୟୋଜିତ ହୋଇଥିବା ଅନ୍ୟ ଟ୍ରେନ୍ଗୁଡ଼ିକ ହେଉଛି ହିମସାଗର ଏକ୍ସପ୍ରେସ୍‌, ଗୌହାଟି ଏକ୍ସପ୍ରେସ୍‌ ଏବଂ ହାୱଡା ଏକ୍ସପ୍ରେସ୍‌। ୧୯ ରାଜ୍ୟ ବୁଲିବାପାଇଁ ଆରମ୍ଭ ‌ହୋଇଥିବା ଏହି ୪ଟି ଟ୍ରେନ୍‌କୁ ମନୋନୀତ କରିଛନ୍ତି ନିର୍ବା‌ଚନ କମିସନ।

ସମ୍ବନ୍ଧିତ ଖବର