ଟ୍ରେନ ବଗିକୁ ବି କରିହେବ କରୋନା ହସ୍ପିଟାଲ, ଉପାୟ ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: କରୋନା ପାଇଁ ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ ତାରକା ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ସୁପରଷ୍ଟାର ଅମିତାଭ ବଚ୍ଚନ କ୍ରମାଗତ ଭାବରେ କରୋନା ସମ୍ବଳିତ ସବୁ ସୂଚନା ସହ ଏହାକୁ ମୁକାବିଲା କରିବାର ଉପାୟ ମଧ୍ୟ ସମସ୍ତଙ୍କୁ ବାଣ୍ଟୁଛନ୍ତି। ନିକଟରେ ସେ ଏକ ପରାମର୍ଶ ମଧ୍ୟ ସେୟାର କରିଛନ୍ତି ଯାହା ଡାକ୍ତରଖାନାର ଅଭାବ ହେତୁ କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରିପାରିବ। କାରଣ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ହସ୍ପିଟାଲରେ କିଭଳି ଶଯ୍ୟା ସଂଖ୍ୟା ବଢ଼ାଇ ହେବ ତାହାକୁ ନେଇ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି | ବେସରକାରୀ ହସ୍ପିଟାଲ ସହ ବିଭିନ୍ନ ସ୍କୁଲରେ ଆଇସୋଲେସନ ୱାର୍ଡ କରିବାକୁ ସରକାର ଅଣ୍ଟା ଭିଡିଛନ୍ତି |

ଆଉ ଏହାରି ମଧ୍ୟରେ ବିଗ ବି ଅମିତାଭ ବଚ୍ଚନ ଏକ ଚିତ୍ର ସେୟାର କରିଛନ୍ତି ଏବଂ ଏହି ଚିତ୍ରରେ ଏକ ଉପାୟ ଲେଖାଯାଇଛି। ଅମିତାଭ ଟ୍ୱିଟ୍ କରି ଲେଖିଛନ୍ତି- ମୋ ଅନୁଯାୟୀ ଏହା ଅତ୍ୟନ୍ତ ଲାଭଦାୟକ ଉପାୟ । ଏହି ସମୟରେ ରେଳ ସେବାକୁ ବନ୍ଦ ରଖାଯାଇଛି | ଯାହାଫଳରେ ରେଳ ବଗିଗୁଡିକ ମଧ୍ୟ ସେପରି ଛିଡା ହୋଇଛି | ପ୍ରତ୍ୟେକ ବଗିରେ ୨୦ ଟି କୋଠରୀ ଅଛି ଯାହା ବ୍ୟବହାର କରାଯାଇପାରିବ | ୩୦୦୦ ରେଳ ଅନୁଯାୟୀ, ଲୋକଙ୍କୁ ୬୦ ହଜାର କୋଠରୀରେ ଆଇସୋଲେସନ ସ୍ଥିତିରେ ରଖାଯାଇପାରିବ | ଯଦି ଡାକ୍ତରଖାନାରେ ସ୍ଥାନ ମିଳିବ ନାହିଁ, ତେବେ ଏହି ଉପାୟ ବ୍ୟବହାର କରିବା ଭଲ |

ସମ୍ବନ୍ଧିତ ଖବର