ସବୁ ରାଜ୍ୟରେ ରେଲ୍‌େଓ୍ଵ କୋଚ୍‌ ଗଣନା

ନୂଆଦିଲ୍ଲୀ: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଦେଶ ତମାମ ଚାଲୁଥିବା ମେଲ୍‌, ଏକ୍ସପ୍ରେସ୍‌, ସୁପରଫାଷ୍ଟ୍‍ ଟ୍ରେନ୍‌ମାନଙ୍କର ବଗି ଅବସ୍ଥା ଜାଣିବାପାଇଁ ଗତକାଲି ବଗି ଗଣନା କରାଯାଇଛି। ଟ୍ରେନ୍‌ ବଗି ଗୁଡ଼ିକର ଗଣନା ରିପୋର୍ଟ ପ୍ରଥମେ ସମ୍ବନ୍ଧିତ ସେକ୍ସନ୍‌ର ଡିଆରଏମ୍‌ ମାନଙ୍କୁ ପ୍ରଦାନ କରାଯିବ। ଡିଆରଏମ୍‌ମାନେ ରିପୋର୍ଟକୁ ଚୂଡ଼ାନ୍ତ କରି ରେଲ୍‌େଓ୍ଵ ବୋର୍ଡକୁ ପଠାଇବେ। ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରୁ କେତୋଟି ଚାଲିବା ଅବସ୍ଥାରେ ଅଛି ଏବଂ କେତୋଟିର ବଗି ବଦଳାଇବା ଆବଶ୍ୟକତା ରହିଛି ସେନେଇ ରେଳ ବିଭାଗ ପଦକ୍ଷେପ ନେବ।

ସମ୍ବନ୍ଧିତ ଖବର