ପ୍ରତକ୍ଷ୍ୟଦର୍ଶୀଙ୍କ ବିବରଣୀ: କଂଗ୍ରେସ ପକ୍ଷରୁ ଦଶହରା ଉତ୍ସବ ଚାଲିଥିଲା ବେଳେ ମାଡ଼ିଗଲା ଡିଏମୟୁ ଟ୍ରେନ୍‌

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଯେଉଁ ସ୍ଥାନରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି, ସେଠାରେ କଂଗ୍ରେସ ପକ୍ଷରୁ ଦଶହରା ଉତ୍ସବ ପାଳନ ହେଉଥିଲା ବୋଲି ଜଣେ ପ୍ରତକ୍ଷ୍ୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି। ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ, ମହୋତ୍ସବ ପାଇଁ ଅନୁମତି ନିଆଯାଇ ନଥିଲା। ସମାରୋହରେ ପଞ୍ଜାବର ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କ ପତ୍ନୀ ମୁଖ୍ୟ ଅତିଥି ଥିଲେ। ଦୁର୍ଘଟଣା ଯେଉଁ ସମୟରେ ଘଟିଥିଲା ସେ ସମୟରେ ମୁଖ୍ୟ ଅତିଥି ଭାଷଣ ଦେଉଥିଲେ।

ଶୁକ୍ରବାର ସନ୍ଧ୍ୟାରେ  ରେଳ ଧାରଣା ଉପରେ ରାବଣ ପୋଡ଼ି ଦେଖୁଥିବା ବେଳେ ଲୋକଙ୍କ ଉପରେ  ଡିଏମ୍‌ୟୁ ଟ୍ରେନ୍‌  ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଟ୍ରେନ୍‌ଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା ବେଳେ  ଗୌଡ଼ା ବଜାରରେ ରାବଣ ପୋଡ଼ି ଆୟୋଜନ ସ୍ଥଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ସମ୍ବନ୍ଧିତ ଖବର