ଗୋଟେ ମିନିଟ୍‌ରେ ୪୨୬ଟି ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିଥିବାରୁ ଏଜେଣ୍ଟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଗୋଟେ ମିନିଟ୍‌ରେ ୪୨୬ଟି ଟ୍ରେନ୍‌ ଟିକେଟ ବୁକ୍‌ ହେବାର ମାମଲା ସାମ୍ନାକୁ ଆସିଛି । ଅହମଦାବାଦ୍‌ର ଏକ ବୁକିଂ ଏଜେଣ୍ଟ ଗୋଟେ ମିନିଟ୍‌ରୁ କମ ସମୟ ମଧ୍ୟରେ ୪୨୬ଟି ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିଥିବା ନେଇ ଦାବି କରିଛି ଆଇଆର୍‌ସିଟିସି । ଏଭଳି ଦାବି କରାଯିବା ପରେ ଆର୍‌ପିଏଫ୍‌ ଅଫିସର ଏଜେଣ୍ଟ ବିରୋଧରେ ଏତଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛନ୍ତି ।

Related image
thebalanceeveryday.com

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଜଣେ ଏଜେଣ୍ଟ ଏତେ କମ ସମୟ ମଧ୍ୟରେ ୪୨୬ଟି ସୁନିଶ୍ଚିତ ଟିକେଟ୍‌ ବୁକ୍‌ କରି ପାରୁଛି, ତେବେ ଅନ୍ୟ ଲୋକଙ୍କୁ ଟିକେଟ୍‌ ମିଳିବା ଅସମ୍ଭବ ହୋଇ ପଡ଼ିବ । ସାଧାରଣତଃ ଭାବେ ଗୋଟେ ସୁନିଶ୍ଚିତ ଟିକେଟ୍‌ ବୁକ୍‌ କରିବା ପାଇଁ ୯୦ସେକେଣ୍ଡର ସମୟ ଲାଗିଥାଏ । ଏଭଳି ପରିସ୍ଥିତିରେ ଜଣେ ଏଜେଣ୍ଟ କେଉଁ ଉପାୟରେ ଏତେ ସଂଖ୍ୟକ ସୁନିଶ୍ଚିତ ଟିକେଟ୍‌ ବୁକ୍‌ କଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ବିନା କୌଣସି ରେଳ କର୍ମଚାରୀଙ୍କ ସହାୟତାରେ ଏହା ସମ୍ଭବ ନୁହେଁ ବୋଲି କୁହାଯାଉଥିବା ବେଳେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର