ମରୋକ୍କୋରେ ଗଛ ଉପରେ ପକ୍ଷୀ ନୁହେଁ, ବସିଥାନ୍ତି ଛେଳି,ଜାଣନ୍ତୁ କାରଣ?

ନୂଆଦିଲ୍ଲୀ : ଦୁନିଆରେ ଏମିତି ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇ ଆସିଛୁ । ଆଜି ଆମେ ମରୋକ୍କୋରେ ଥିବା ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଠି ଗଛ ଉପରେ ପକ୍ଷୀ ବସିଥିବାର ଦେଖା ଯାଇ ନ ଥାଏ । । ପକ୍ଷୀଙ୍କ ଉପରେ ଛେଳି ବସିଥିବାର ଲୋକମାନେ ଦେଖିବାକୁ ପାଇଥାନ୍ତି । ଏପରି ଦୃଶ୍ୟ ସେଠାରେ ଅତି ସାଧାରଣ । ସେଠାରେ ରହୁଥିବା ଲୋକମାନେ ପାଳିତ ଛେଳିମାନଙ୍କୁ ଗଛ ଉପାରକୁ ଯିବାକୁ ରୋକନ୍ତି ନାହିଁ । କାରଣ ଛେଳିମାନେ ଗଛ ଉପରକୁ ଯିବା ପରେ ହିଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରନ୍ତି ।

bhaskar.com

ସୂଚନା ମୁତାବକ,ସେଠାରେ ଥିବା ଗଛରେ ଏକ ପ୍ରକାରର ଫଳ ରହିଥାଏ, ଯାହାକୁ ଖାଇବା ପରେ ଛେଳିମାନେ ବାନ୍ତି କରିବା ସହ ମଳ ତ୍ୟାଗ କରିଥାନ୍ତି । ସେମାନଙ୍କ ବାନ୍ତି ଏବଂ ମଳରୁ ମଳିୁଥିବା ଫଳ ମଞ୍ଜିରୁ ଏକ ପ୍ରକାରର ତେଲ ବାହାରିଥାଏ। ଏହି ତେଲ ସେମାନେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିଥାନ୍ତି । ଫଳରେ ଥିବା ମଞ୍ଜି ଛେଳିର ପେଟ ଭିତରକୁ ଯିବା ପରେ ନରମ ହୋଇ ଯାଇଥାଏ । ଲୋକମାନଙ୍କୁ ସେ ମଞ୍ଜି ଭିତରୁ ତେଲ ବାହାର କରିବାରେ ସୁବିଧା ହୋଇଥାଏ । ମୋରୋକ୍କରେ ଏହି ତେଲର ଚାହିଦା ଏବେ ଅନେକ ।

ସମ୍ବନ୍ଧିତ ଖବର