କେନ୍ଦ୍ର ଏସିଆରେ ଭୂମିକମ୍ପ, ଭାରତରେ ବି କମ୍ପନ ଅନୁଭୂତ

ନୂଆଦିଲ୍ଲୀ : କେନ୍ଦ୍ର ଏସୀୟ ଦେଶ ତାଜିକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଆଜି ଭାରତୀୟ ସମୟ ଅପରାହ୍ନ ୪ଟା ୧୫ ମିନିଟରେ ଏକ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ପ୍ରଭାବ ଏହି ଦୁଇ ଦେଶ ସମେତ ପାକିସ୍ତାନ ଓ ଉତ୍ତରଭାରତରେ ଅନୁଭୂତ ହୋଇଛି । ଏହା ତାଜିଖସ୍ତାନର ୬୭ ମାଇଲ ଦକ୍ଷିଣରେ ଥିବା ଖୋରୋ ରାଜ୍ୟରେ ହୋଇଛି । ଏହି ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଅନେକ କୋଠା ଦୋହଲିବାର ଦେଖାଯାଇଥିଲା । ଏହା ପ୍ରଭାବ ଭାରତର ପଂଜାବ, ହରିୟାନା, ଦିଲ୍ଲୀ, ହିମାଚଳପ୍ରଦେଶ ଓ କାଶ୍ମୀର ଉପରେ ମଧ୍ୟ ପଡିଥିବା ସୂଚନା ମିଳିଛି । ତେବେ ଏହି ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମଧ୍ୟ ଏହି ଭୂମିକମ୍ପର ତୀବ୍ରତା ୬.୪ ଥିବା ବୋଲି କହିଛି ।

ସମ୍ବନ୍ଧିତ ଖବର