ସୋମବାର ପ୍ରତ୍ୟୁଷରେ ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପନ ଅନୁଭୂତ

ନୂଆଦିଲ୍ଲୀ: ସୋମବାର ପ୍ରତ୍ୟୁଷରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି।

ସକାଳ ୬ଟା ୨୮ ମିନିଟ୍‌ ସମୟରେ ମିରଟ ଠାରୁ ୬ କିଲୋମିଟର୍‌ ଦୂରରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ଥିଲା ୩. ୬। ଏହାର କେନ୍ଦ୍ର ବା ଉତ୍ପତିସ୍ଥଳ ହେଉଛି ଉତ୍ତର ପ୍ରଦେଶର ଖାର୍‌ଖୌଡ଼ା। ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଜିଓଲୋଜିକାଲ୍‌ ସର୍ଭେ (ୟୁଏସ୍‌ଜିଏସ) କହିବା ଅନୁସାରେ, କମ୍ପନର ସ୍ଥଳ ଥିଲା ୨୮. ୮୨୩ଂ ଉତ୍ତର/ ୭୬. ୮୮୨ଂ ପୂର୍ବ ଏବଂ ଗଭୀରତା ଥିଲା ୧୦. ୦ କିଲୋମିଟର୍‌।

ଘଟଣା ସମ୍ପର୍କରେ ରିପୋର୍ଟ କରିବାକୁ ଅନେକ ଲୋକ ଟୁଇଟର୍‌ ବ୍ୟବହାର କରିଥିଲେ।

ଗତକାଲି ହରିୟାନାର ଝାଜ୍ଜର ଜିଲ୍ଲାରେ ମଧ୍ୟମ-ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ଏବଂ ଏହାର କମ୍ପନ ୨୪ ଘଣ୍ଟାରୁ କମ୍‌ ସମୟ ବ୍ୟବଧାନରେ ଜାତୀୟ ରାଜଧାନୀ ଅଞ୍ଚଳରେ ଦ୍ୱିତୀୟ ବାର କମ୍ପନ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର