ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି ।

image source-indiatoday

ଠିକ ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଓ କଂଗ୍ରେସର ଅନ୍ୟ ନେତାମାନେ ଶକ୍ତିସ୍ଥଳରେ ପହଞ୍ଚି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାଯାଇଛି ।

ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଇନ୍ଦିରାଙ୍କ ସ୍ମରଣରେ ଟୁଇଟ କରି ଲେଖିଛନ୍ତି ଯେ, ସଶକ୍ତ, ସମୃଦ୍ଧ ଓ ଅଦ୍ଭୁତ କ୍ଷମତାସଂପନ୍ନ ତଥା ଭାରତକୁ ଏକ ଶକ୍ତିଶାଳୀ ଦେଶରେ ପରିଣତ କରିଥିବା ଲୌହମାନବୀ ଓ ତାଙ୍କ ଜେଜେ ମା’ଙ୍କୁ ଜନ୍ମତିଥିରେ ଶତଶତ ପ୍ରଣାମ ।

ସୂଚନାଯୋଗ୍ୟ, ଇନ୍ଦିରା ଗାନ୍ଧୀ ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ପରଲୋକ ଗମନ କରିଥିଲେ ।

ସମ୍ବନ୍ଧିତ ଖବର