ବିଶ୍ୱକବି ରବିନ୍ଦ୍ରନାଥ ଫେରାଇ ଦେଇଥିଲେ ନୋବେଲ୍‌ : ଏହି ମନ୍ତବ୍ୟ ଦେଇ ପୁଣି ବିବାଦରେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସର୍ବଦା ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ତାଙ୍କର ଅନେକ ମନ୍ତବ୍ୟ ପାଇଁ ତାଙ୍କ ପାଇଁ ଓ ତାଙ୍କ ଦଳ ବିଜେବି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ନିକଟରେ ବିଶ୍ୱକବି ରବିନ୍ଦ୍ରନାଥ ଟେଗୋରଙ୍କ ଜୟନ୍ତୀ ଅବସରରେ ତାଙ୍କ ବିଷୟରେ କହିବାକୁ ଯାଇ ବିବାଦର ସମ୍ମୁଖୀନ ହୋଇଛନ୍ତି ବିପ୍ଲବ । ପୂର୍ବରୁ ମଧ୍ୟ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ବିପ୍ଳବ ।

Deccan Chronicle

ରବିନ୍ଦ୍ରନାଥ ଟେଗୋରଙ୍କ ଜୟନ୍ତୀ ଅବସରରେ ଭାଷଣ ଦେଉଥିବା ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କହିଥିଲେ, କୁହାଯାଇଥାଏ ବିଦେଶୀମାନଙ୍କୁ ବିରୋଧ କରିବାକୁ ଯାଇ ବିଶ୍ୱକବି ରବିନ୍ଦ୍ରନାଥ ଟେଗୋର ତାଙ୍କର ନୋବେଲ ପୁରସ୍କାର ଫେରାଇ ଦେଇଥିଲେ ।’ କିନ୍ତୁ ପ୍ରକୃତରେ ରବିନ୍ଦ୍ରନାଥ ଟାଗୋର ଜଲିଆନାଓ୍ଵାଲାବାଗ୍‌ ହତ୍ୟାକାଣ୍ଡର ପ୍ରତିବାଦରେ ବ୍ରଟିଶ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନାଇଟହୁଡ଼ ଉପାଧିକୁ ଫେରାଇ ଦେଇଥିଲେ । କିନ୍ତୁ ସେ ସୁଇଡିସ୍‌ ଏକାଡ଼େମୀ ପକ୍ଷରୁ ମିଳିଥିବା ନୋବେଲ ପୁରସ୍କାର କେବେ ମଧ୍ୟ ଫେରାଇ ନାହାନ୍ତି।”
ଏହା ପୂର୍ବରୁ ମଧ୍ୟ ମହାଭାରତ କାଳରେ ଇଣ୍ଟରନେଟ ବ୍ୟବହାର , ଡ଼ାଏନା ହେଡ଼େନ ଭାରତୀୟ ସୁନ୍ଦରୀ ନୁହଁନ୍ତି, କର୍ମଚାରୀଙ୍କୁ ନଖରେ ଆମ୍ପୁଡ଼ିବା ଆଦି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ । ନିଜର ଏହି ମନ୍ତବ୍ୟ ପାଇଁ ବାରମ୍ବାର ଚର୍ଚ୍ଚାରେ ଆସୁଥିଲେ ମଧ୍ୟ ଏଥିରୁ ଓହୋରୁ ନାହାନ୍ତି ସେ।

ସମ୍ବନ୍ଧିତ ଖବର