ପଥର ମାରି ଟିଆର୍‌ଏସ୍‌ ନେତାଙ୍କୁ ହତ୍ୟା, ରାଜନୈତିକ ଶତୃତା ସନ୍ଦେହ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତିର ଜଣେ ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କୁ ତେଲେଙ୍ଗାନାର ବିକରାବାଦରେ ପଥର  ମାରି ହତ୍ୟା କରାଯାଇଥିବା ଖବର ମିଳିଛି। ପଥର ମାଡରେ ମୃତ୍ୟୁମୁଖରେ ପଡ଼ିଥିବା ନାରାୟଣ ରେଡ୍ଡୀଙ୍କ ମୃତଦେହ  ସୁଲତାନପୁର ଗ୍ରାମରୁ ମଙ୍ଗଳବାର ସକାଳେ ମିଳିଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ନାରାୟଣ ରେଡ୍ଡୀଙ୍କୁ ବିରୋଧ କରିଥିବା ଲୋକେ ସଂଘବଦ୍ଧ ଭାବେ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି।

ଏହି ଘଟଣା ପ୍ରଘଟ ହେବା ପରେ ନାରାୟଣ ରେଡ୍ଡୀଙ୍କ ସମର୍ଥକମାନେ ଗ୍ରାମର କେତେକ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ଅଭିଯୋଗ କରିଥିଲେ କି ରେଡ୍ଡୀଙ୍କ ମୃତ୍ୟୁରେ ଏହି କଂଗ୍ରେସ ନେତା ସଂଶ୍ଳିଷ୍ଟ ଅଛନ୍ତି। ତେବେ ଏହି ଘଟଣାରେ ରାଜନୈତିକ ଶତୃତା ରହିଥିବା ଅଭିଯୋଗକୁ ପୁଲିସ ଅସ୍ୱୀକାର କରିଛି। ଆହତ କଂଗ୍ରେସ କର୍ମୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ନିଆଯାଇଥିବା ବେଳେ ଏ ନେଇ କୌଣସି ଗିରଫଦାରୀ ହୋଇନାହିଁ।

ସମ୍ବନ୍ଧିତ ଖବର